ରୋହିତ ପିତା ହେଲେ, ସିଡ୍‌ନୀରେ ଖେଳିବେନି

0

ମୁମ୍ବଇ : ଭାରତୀୟ କ୍ରିକେଟର ରୋହିତ ଶର୍ମା ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ରୋହିତଙ୍କ ପତ୍ନୀ ରିତିକା ରବିବାର ଏଠାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତ ମେଲବୋର୍ଣ୍ଣ ଟେଷ୍ଟ ଜିତିବାର କିଛି ସମୟ ପରେ ରୋହିତଙ୍କୁ ଏହି ଶୁଭସମ୍ବାଦ ମିଳିଥିଲା। ଫଳରେ ସେ ଅଷ୍ଟ୍ରେଲିଆରୁ ମୁମ୍ବଇ ଫେରିଆସିଛନ୍ତି। ବର୍ତ୍ତମାନ ରୋହିତ ପରିବାର ସହ ସମୟ କାଟିବେ ବୋଲି ନିଷ୍ପତ୍ତି ନେଇଥିବାରୁ ରୋହିତ ଆସନ୍ତା ୩ରୁ ସିଡ୍‌ନୀରେ ଆରମ୍ଭ ହେଉଥିବା ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଖେଳିବେ ନାହିଁ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସିଡ୍‌ନୀ ଟେଷ୍ଟରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇପଡିଛି। ଦିନିକିଆ ସିରିଜ ଖେଳିବାକୁ ଜାନୁଆରୀ ୮ ସୁଦ୍ଧା ରୋହିତ ଅଷ୍ଟ୍ରେଲିଆରେ ପହଞ୍ଚି ଭାରତୀୟ ଦଳ ସହ ଯୋଗଦେବେ।

Leave A Reply