ରୋହିଙ୍ଗ୍ୟା ଅନୁପ୍ରବେଶ ରୋକିବା ପାଇଁ ବିଏସଏଫ ମୁତୟନ କରାଯାଇଛି : ରାଜନାଥ

0

ନୂଆଦିଲ୍ଲୀ : ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କର ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସୀମା ସୁରକ୍ଷା ବାହିନୀ ଓ ଆସାମ ରାଇଫଲ୍‍ସକୁ ମୁତୟନ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ମଙ୍ଗଳବାର ଲୋକସଭାରେ ପ୍ରଶ୍ନକାଳ ସମୟରେ କିଛି ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହ କହିଛନ୍ତି, ରୋହିଙ୍ଗ୍ୟାମାନଙ୍କର ଚଳପ୍ରଚଳ ଉପରେ ନଜର ରଖିବା ଓ ସେମାନଙ୍କୁ ଦେଶ ମଧ୍ୟକୁ ପ୍ରବେଶ କରିବାରୁ ରୋକିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପରାମର୍ଶ ଦିଆଯାଇଛି। ରୋହିଙ୍ଗ୍ୟାମାନଙ୍କର ପରିଚୟ ଓ ବାୟୋମେଟ୍ରିକ୍ସ ସଂଗ୍ରହ କରିବାକୁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି।
ତେବେ ରାଜ୍ୟଗୁଡ଼ିକରୁ ରିପୋର୍ଟ ମିଳିବା ପରେ ତାହା ବୈଦେଶିକ ମନ୍ତ୍ରଣାଳୟକୁ ପଠାଇ ଦିଆଯିବ ଓ ବୈଦେଶିକ ମନ୍ତ୍ରଣାଳୟ ସେମାନଙ୍କର ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିବ।

Leave A Reply