ଶିକ୍ଷାନୁଷ୍ଠାନ ପରିସରରେ ସଡ଼କ ସୁରକ୍ଷା ସଚେତନତା ବୈଠକ

0

ବ୍ରହ୍ମପୁର:ଆଙ୍କୁଶପୁରଠାରେ ଥିବା ସଂଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ୱାଳଙ୍କ ସଂଯୋଜନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅତିଥି ରୂପେ ଯୋଗଦାନ କରିଥିଲେ । ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ବିଶେଷ କରି ଏନ୍ଏସିସି ପିଲାମାନଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା । ଏହାପରେ କିଛି ପିଲାଙ୍କୁ ହେଲମେଟ ମଧ୍ୟ ବଣ୍ଟନ କରାଯାଇଥିଲା। ଦୁଇଚକିଆ ଗାଡ଼ି ଚାଳନା ବେଳେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ସମ୍ପର୍କରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ କରିଥିଲେ ।

Leave A Reply