ସଡକ ଦୁର୍ଘଟଣାରେ ଜଣେ ମୃତ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଗାନ୍ଧିଛକ ଫାଣ୍ଡି ଅଧିନସ୍ଥ ବଘରାଛକଠାରେ ଟ୍ରାକ୍ଟର ଓ ବାଇକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ ଜିଲା ଧଉରାଅଡ଼ାର ଦେଵାନ୍କୁକୁସୁମ। ସେ ନିଜ ସ୍ତ୍ରୀ ପିଲାଙ୍କ ସହ ଶଶୁର ଘର ଫଟାପାଲିରୁ ଫେରୁଥିବା ବେଳେ ବଘରାଛକ ଠାରେ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଫଳରେ ସ୍ତ୍ରୀ ଓ ପିଲା ଆହତ ହୋଇଥିବା ବେଳେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ବ୍ରଜରାଜନଗର ଆଇଆଇସି ସମେତ ପୁଲିସ ଉତ୍ତେଜିତ ଜନତାଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।

Leave A Reply