ରିକ୍ସା ଚାଳକଙ୍କୁ ନିସ୍ତୁକ ପିଟିଥିବା ପୁଲିସ କନେଷ୍ଟବଳ ନିଲମ୍ବିତ

0

ଲକ୍ଷ୍ମୌ.-  ଏକ ପିସିଆର୍‌ ଭ୍ୟାନ୍‌ର ରାସ୍ତା ଅବରୋଧ କରିବାରୁ ରିକ୍ସା ଚାଳକଙ୍କୁ ସମସ୍ତଙ୍କ ସାମ୍ନାରେ ନିସ୍ତୁକ ପିଟିଥିବା ପୁଲିସ କନେଷ୍ଟବଳଙ୍କୁ ନିଲମ୍ବିତ  କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ  ନିୟନ୍ତ୍ରଣ କକ୍ଷ ଭ୍ୟାନଟି ପାଟ୍ରୋଲିଂ କରୁଥିଲା । ଏତିକି ବେଳେ ରିକ୍ସାଚାଳକ ଜଣଙ୍କ ରାସ୍ତା ମଝିରେ ରିକ୍‌ସା  ଚଳାଇ ଯାଉଥିଲେ । ପାଟ୍ରୋଲିଂ ଭ୍ୟାନକୁ ସେ ରାସ୍ତା ଦେଇ ନ ଥିଲେ ।ଏହାପରେ ଜଣେ ଯୁବ କନେଷ୍ଟବଳଙ୍କୁ ଭୀଷଣ  କ୍ରୋଧ ଆସିଥିଲା ।    ଭ୍ୟାନରୁ ଓହ୍ଲାଇ ରିକ୍ସାଚାଳକଙ୍କୁ ଏକ ଡିଭାଇଡର ପାଖକୁ ନେଇ  ଆନନ୍ଦ ପ୍ରତାପ ସିଂ ନାମକ କନେଷ୍ଟବଳ ନିସ୍ତୁକ ମାଡ ମାରିଥିଲେ । ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ଲୋକମାନେ ଦେଖଣାହାରୀ ସାଜିଥିଲେ। କନେଷ୍ଟବଳଜଣଙ୍କ ରିକ୍ସାଚାଳକର ପେଟକୁ ଗୋଇଠା ଉପରେ ଗୋଇଠାମାରିଥିଲେ। ଏହି ଭିଡିଓ ଭାଇରାଲ୍‌ହେବା ପରେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି ।

ଏହି ଅତ୍ୟନ୍ତ ଖରାପ ଏପରି ଦୁର୍ବ୍ୟବହାର କରିବା ଠିକ୍‌ ନୁହେଁ ବୋଲି ଲକ୍ଷ୍ମୌର ଏସ୍‌ପି ବିନୟ କୁମାର ଯାଦବ କହିଛନ୍ତି । ବର୍ଷେ ତଳେ ବିଶ୍ୱଜିତ୍‌ ସିଂ ନାମକ ଜିଆର୍‌ପି କନେଷ୍ଟବଳ ରିକ୍ସାଚାଳକମାନଙ୍କୁ ନିସ୍ତୁକ ମାଡ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ।

 

Leave A Reply