ବିଜେପି ବିଧାୟକ ଦେଶର ସବୁଠାରୁ ବିତ୍ତଶାଳୀ ନିର୍ମାତା

0

ମୁମ୍ବଇ: ମାଲାବାର ହିଲ୍‍ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ନେତା ମଙ୍ଗଳ ପ୍ରଭାତ ଲୋଧା ଦେଶର ସବୁଠାରୁ ବିତ୍ତଶାଳୀ ବିଲ୍ଡରର ମାନ୍ୟତା ପାଇଛନ୍ତି। ଜି ଏଚ୍‍ ଇଣ୍ଡିଆ ରିଏଲ୍‍ ଇଷ୍ଟେଟ୍‍ ରିଚ୍‍ ଲିଷ୍ଟ ୨୦୧୮ ଅନୁଯାୟୀ ଲୋଧାଙ୍କ ସମ୍ପତ୍ତି ପରିମାଣ ୨୭,୧୫୦ କୋଟି ଟଙ୍କା। ଗତ ବର୍ଷ ତାଙ୍କ ସମ୍ପତ୍ତି ପରିମାଣ ଥିଲା ୧୮,୬୧୦ କୋଟି ଟଙ୍କା। ତାଲିକାରେ ଏମ୍ବାସି ପ୍ରପର୍ଟି ଡେଭେଲେପମେଣ୍ଟର ମାଲିକ ଜିତେନ୍ଦ୍ର ଭିରୱାନି ୨୩,୧୬୦ କୋଟି ଟଙ୍କା ସହିତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଏନ୍‍ସିଆରର ଡିଏଲଏଫ୍‍ର ଉଦ୍ୟୋକ୍ତା ରାଜିବ ସିଂହ ୧୭,୬୯୦ କୋଟି ଟଙ୍କା ସହିତ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଗତ ବର୍ଷ ରାଜିବ ସିଂହଙ୍କ ପିତା କେ ପି ସିଂହ ତାଲିକାର ଶୀର୍ଷରେ ରହିଥିଲେ। ତାଙ୍କ ସମ୍ପତ୍ତି ପରିମାଣ ଥିଲା ୨୩,୬୪୦ କୋଟି ଟଙ୍କା। ସେହିପରି ମହିଳା ବିଲ୍ଡର ତାଲିକାରେ କେ ପି ସିଂହଙ୍କ କନ୍ୟା ରେଣୁକା ତଲ୍‍ୱାର ୨,୭୮୦ କୋଟି ଟଙ୍କା ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି। ଧନୀ ବିଲ୍ଡର ତାଲିକାରେ ମୁମ୍ବଇର ସର୍ବାଧିକ ୩୫ ଜଣ ଥିବା ବେଳେ ଦିଲ୍ଲୀ ଅଞ୍ଚଳର ୨୨ ଜଣ, ବେଙ୍ଗାଲୁରୁର ୨୧ ଜଣ ରହିଛନ୍ତି। ମୋଟ ୧୦୦ ଜଣ ବିଲ୍ଡରଙ୍କ ସମ୍ପତ୍ତି ପରିମାଣ ୨,୩୬,୬୧୦ କୋଟି ଟଙ୍କା ରହିଛି। ଗତ ବର୍ଷ ତୁଳନାରେ ସେମାନଙ୍କ ସମ୍ପତ୍ତି ୨୭% ବୃଦ୍ଧି ପାଇଛି।

Leave A Reply