ଫେବୃଆରୀ ୧ରୁ ସାଧାରଣ ବର୍ଗଙ୍କୁ କୋଟା ସୁବିଧା

0

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରେ ସମସ୍ତ କେନ୍ଦ୍ରୀୟ ସରକାରୀ ନିଯୁକ୍ତିରେ ସାଧାରଣ ବର୍ଗର ଗରିବମାନେ ୧୦% ସଂରକ୍ଷଣ ସୁବିଧା ପାଇପାରିବେ। ଏଥିପାଇଁ କେନ୍ଦ୍ର ତାଲିମ୍‍ ଓ କାର୍ମିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସ୍‍ସି, ଏସ୍‍ଟି ଓ ଓବିସି ବର୍ଗ ଲାଗି ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥାରେ ଯେଉଁ ଗରିବ ବର୍ଗର ପ୍ରାର୍ଥୀ ସୁବିଧା ପାଇପାରୁନଥିଲେ ସେମାନେ ଫେବୃଆରୀ ୧ ତାରିଖରୁ ଉପକୃତ ହେବେ। ସଂରକ୍ଷଣ ସୁବିଧା ପାଇଁ ପରିବାର ପକ୍ଷରୁ ଆବେଦନ କରିବାକୁ ପଡ଼ିବ। ଯେଉଁ ପ୍ରାର୍ଥୀମାନେ ସଂରକ୍ଷଣ ସୁବିଧା ପାଇବା ପାଇଁ ଆବେଦନ କରିବେ ସେମାନଙ୍କର ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହୋଇ ନ ଥିବ। ଯେଉଁ ପରିବାରର ଗ୍ରାମାଞ୍ଚଳରେ ୫ ଏକରରୁ ଊଦ୍ଧ୍ୱର୍ ଚାଷ ଜମି କିମ୍ବା ହଜାରେ ବର୍ଗଫୁଟ୍‍ରୁ ଅଧିକ ଜମିରେ ବାସଗୃହ ଥିବ, ଅଣ ବିଜ୍ଞାପିତ ପୌରାଞ୍ଚଳରେ ୨୦୦ ବର୍ଗ ୟାର୍ଡରୁ ଅଧିକ ଏବଂ ପୌରାଞ୍ଚଳରେ ୧୦୦ ବର୍ଗ ୟାର୍ଡରୁ ଅଧିକ ଜମିରେ ବାସଗୃହ ଥିବ ସେମାନେ ସଂରକ୍ଷଣ ପାଇଁ ହକ୍‍ଦାର ହେବେ ନାହିଁ।

Leave A Reply