ଆଇଆଇସି ବେଙ୍ଗାଲୁରୁ ଲ୍ୟାବରେ ବିସ୍ଫୋରଣ: ଗବେଷକ ମୃତ, ୩ ଆହତ

0

ବେଙ୍ଗାଲୁରୁ : ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇସି) ପରୀକ୍ଷାଗାର (ଲ୍ୟାବ)ରେ ବୁଧବାର ଏକ ବିସ୍ଫୋରଣ ଘଟି ଜଣେ ଗବେଷକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଦିନ ପ୍ରାୟ ୨ଟା ୧୫ ମିନିଟ୍‍ରେ ପରୀକ୍ଷାଗାରରେ ଥିବା ଏକ ହାଇଡ୍ରୋଜେନ୍‍ ସିଲିଣ୍ଡର ଫାଟି ଯାଇଥିଲା। ଏଥିରେ ଜଣେ ଗବେଷକଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗବେଷକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ୧୯୦୯ରେ ପ୍ରତିଷ୍ଠା ଲାଭ କରିଥିଲା। ଏହା ଭାରତର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ। ଉନ୍ନତ ଏବଂ ଉତ୍କର୍ଷ ଶିକ୍ଷା ପାଇଁ ଏହା ବିଶ୍ୱରେ ପରିଚିତ।

Leave A Reply