ରାଜ୍ୟରେ କମିଲା ବସ୍ ଭଡା, କିଲୋମିଟର ପିଛା ୨ ରୁ ୪ ପଇସା ହ୍ରାସ କଲେ ସରକାର

0

ଭୁବନେଶ୍ବର : ରାଜ୍ୟରେ ବସ୍ ଭଡା ହ୍ରାସ ପାଇଛି। ଡ଼ିଜେଲ ଦର କମିଥିବାରୁ ରାଜ୍ୟ ସରକାର ବସ୍ ଭଡା କିଲୋମିଟର ପିଛା ୨ ରୁ ୪ ପଇସା ହ୍ରାସ କରିଛନ୍ତି।

ସାଧାରଣ ବସ୍ ଭଡା କିଲୋମିଟର ପିଛା ୨ ପଇସା ହ୍ରାସ ପାଇଛି। ଏବେ ସାଧାରଣ ବସ୍ ଭଡା କିଲୋମିଟର ପିଛା ୭୦ ପଇସା ସ୍ଥିର କରାଯାଇଛି। ସେହିପରି ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୨ ପଇସା ହ୍ରାସ ପାଇ ୭୩ ପଇସା ହୋଇଛି। ଏସି ବସ୍ ଭଡା କିଲୋମିଟର ପିଛା ୪ ପଇସା ହ୍ରାସ ପାଇ ୧୦୧ ହୋଇଛି। ସେହିପରି ଏସି ଡିଳକ୍ସ ବସ୍ ଭଡା କିଲୋମିଟର ପିଛା ୪ ପଇସା କରାଯାଇଛି। ଏହା ଏବେ କିଲୋମିଟର ପିଛା ୧୨୩ ପଇସା ହୋଇଛି। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।​

Leave A Reply