ଅସ୍ବଭାବିକ ଭାବରେ ବଢିବାରେ ଲାଗିଛି ଯୁବତୀଙ୍କ ହାତ

0

ରାୟଗଡା: କଦମପୁର ବ୍ଳକ୍ ପେରପଙ୍ଗା ଗ୍ରାମରେ ମିତା ସବର ନାମଙ୍କ ଜଣେ ଯୁବତୀଙ୍କର ଡାହାଣ ହାତ ଅସ୍ବଭାବିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣା ବିଷୟରେ ଜାଣାପଡିବା ପରେ ଗତ ସୋମବାର ଦିନ ରାୟଗଡ ଜିଲାପାଳ ମିତାଙ୍କ ଘରେ ପହଞ୍ଚି ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତ ରାଶି ପ୍ରଦାନ କରିଥିଲେ । ଏହା ସହ ତାଙ୍କର ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ପ୍ରଶାସନ ପକ୍ଷରୁ ମିତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକତ୍ସା ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply