ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୨ତମ ସ୍ଥାପନା ଦିବସ

0

କଟକ : ଓଡ଼ିଶାର ଐତିହାସିକ ବିଶ୍ୱବିଦ୍ୟାଳୟ ରେଭେନ୍ସା ନିଜର ୧୨ତମ ସ୍ମୃତି ଉତ୍ସବ ପାଳନ କରୁଛି। ୧୮୬୮ ମସିହାରେ ପ୍ରତିଷ୍ଠା ହୋଇଥିବା ରେଭେନ୍ସା ମହାବିଦ୍ୟାଳୟ ଭାରତର ପୁରାତନ ମାହବିଦ୍ୟାଳୟ ମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୦୬ ମସିହା ଆଜିର ଦିନରେ ରେଭେନ୍ସା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା। ଇଂରେଜ ଶାସକ ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ।
୧୨ତମ ସ୍ମୃତି ଦିବସ ପାଳନ ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ବହୁ ପ୍ରସ୍ତୁତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ଏକ ବୁଦ୍ଧ ମୃର୍ତ୍ତିକୁ କୁଳପତି ଇଶାନ କୁମାର ପାତ୍ରୋ ଉଦଘାଟନ କରିଛନ୍ତି। ସେଭେନ ପିଲର ଅଫ ଉଇସ୍‍ଡମରେ ଏକ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି, ରାଜ୍ୟସରକାରଙ୍କ ଅର୍ଥମନ୍ତ୍ରୀ ଶଷିଭୂଷଣ ବେହେରା, ସୁବ୍ରତ ବାଗଚି, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନନ୍ଦ ଲାଲ ଆଦି ଅତିଥି ଯୋଗ ଦେଇଥିଲେ।

Leave A Reply