ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦୁର୍ନୀତିର ପ୍ରମାଣ ମିଳିଲା

0

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ଦୁର୍ନୀତିର ପ୍ରମାଣ ମିଳିଥିବା ନେଇ ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି। ୨୦୧୪-୧୫ରେ ବିନା ଟେଣ୍ଡରରେ କିଣା ଯାଇଛି କମ୍ପ୍ୟୁଟର ଏବଂ ୨୦୧୫-୧୬ରେ ଅଧ୍ୟାପକ ନିଯୁକ୍ତିରେ ବି ଅନିୟମିତତା ହୋଇଛି ବୋଲି ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ କହିଛନ୍ତି ।

ସୂଚନାଯୋଗ୍ୟ, କୋର୍ଟଙ୍କ ନିର୍ଦେଶକ୍ରମେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଓ ତତ୍କାଳୀନ ବିତ୍ତ ଅଧିକାରୀଙ୍କ ସମେତ ୫ ଜଣଙ୍କ ବିରୋଧରେ ମାଲଗୋଦାମ ଥାନାରେ ଗତକାଲି ମାମଲା ରୁଜୁ ହୋଇଥିଲା।

Leave A Reply