ଆଜି ରସଗୋଲା ଦିବସ

0

ଆଜି ସାରା ଓଡିଶାରେ ପାଳନ ହେଉଛି ରସଗୋଲା ଦିବସ। ଓଡିଶାର ପ୍ରତି ଗଳିକନ୍ଦିରେ ମିଠା ଦୋକାନ ମାନଙ୍କରେ ରସଗୋଲାର ଚାହିଦା ଅଧିକ ରହିିଥିବାର ପରିଲକ୍ଷିତ ହୋଇଛି। ରସଗୋଲା ପାଇଁ ସାଲେପୁର ଓ ପାହାଳ ପ୍ରସିଦ୍ଧି ଲାଭ କରିଛି। ରାଜ୍ୟରେ ରସଗୋଲା ଏକ ପାରମ୍ପରିକ ମିଷ୍ଟାନ୍ନ। ବନ୍ଧୁବାନ୍ଧବଙ୍କ ଘର ହେଉ କି କୌଣସି ଶୁଭକାର୍ୟ୍ୟରେ ରସଗୋଲା ହାଣ୍ଡି ଯିବାର ବିଧି ରହିଛି। ରଥଯାତ୍ରାର ନୀଳାଦ୍ରିବିଜେ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭେଟି ଦେଇଥାନ୍ତି। ଏହି ପରମ୍ପରା ୫୦୦ବର୍ଷରୁ ଅଧିକ ସମୟ ଧରି ପାଳିତ ହୋଇ ଆସୁଛି। ରସଗୋଲା ଓଡ଼ିଶାର ପରମ୍ପରା ଓ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ରସଗୋଲାର ପ୍ରସ୍ତୁତି ପ୍ରଥମେ ପଶ୍ଚିମବଙ୍ଗରେ ହୋଇଥିଲା ବୋଲି ପଶ୍ଚିମବଙ୍ଗ ସରକାର ଦାବି କରି ଆସୁଛନ୍ତି।  ’ରସଗୋଲା କାହାର’ –  ଏନେଇ ବର୍ତ୍ତମାନ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ପେଟେଣ୍ଟ ଯୁଦ୍ଧ ଚାଲିଛି।

Leave A Reply