ସୋମବାର ରାଶିଫଳ

0

ମେଷ: ଦ୍ୱିଜା ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଅଯଥାରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। କର୍ତ୍ତବ୍ୟ ପରାୟଣ ହେବେ। ଅଶ୍ୱନୀ ନକ୍ଷତ୍ର ଜାତଙ୍କର ସାମାନ୍ୟ ଶୁଭଫଳ।

ବୃଷ: କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି ସନ୍ତାନ, ସନ୍ତତିଯୁକ୍ତ ହେବେ। ଦୁଃଖୀ-ଦରିଦ୍ରମାନଙ୍କୁ ଦାନ ଦେଇ ଖୁସି ହେବେ। ଗୁଣବାନ ହେବେ। ଧନଯୁକ୍ତ ହୋଇପାରନ୍ତି। ସମ୍ମାନିତ ହେବେ। ରୋହିଣୀ ନକ୍ଷତ୍ରର ସତର୍କତାର ଦିନ।

ମିଥୁନ: ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟକ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ। ପୁତ୍ର, ପୁତ୍ରବତ୍‍ ମିତ୍ର ଲାଭର ସୂଚନା ମିଳୁଛି। ଶାସ୍ତ୍ରବିତ୍‍ ହେବେ। ଧନ, ଯାନବାହନ ଓ ଉତ୍ତମ ବଚନରେ ପଟୁ ହେବେ। ଆର୍ଦ୍ରାନକ୍ଷତ୍ରର ସାମାନ୍ୟ ଶୁଭ।

କର୍କଟ: ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଆୟରେ ଯଥେଷ୍ଟ ଉନ୍ନତି ଘଟିବ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ନିପୁଣ ଓ ଶାନ୍ତ ସ୍ୱଭାବର ହେବେ। ମେଧାବୀ ହୋଇପାରନ୍ତି। ପୁଷ୍ୟା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ସିଂହ: ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତବ୍ୟକ୍ତି ଆନନ୍ଦ ଉତ୍ସବରେ ଦିନ ବିତାଇ ପାରନ୍ତି। କାର୍ଯ୍ୟର ସଫଳ ରୂପାୟପ କରି ଆତ୍ମ ସନ୍ତୋଷ ଲାଭ କରିବେ। ଅର୍ଥାଗମର ସୂଚନା ମିଳୁଛି। ମଘା ଓ ପୂର୍ବା ଫାଲଗୁନୀର ସାମାନ୍ୟ ଶୁଭଫଳ।

କନ୍ୟା: ଉତ୍ତରା ଫାଲଗୁନୀ ଓ ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ପାରଦର୍ଶୀ ହେବେ। ଧାର୍ମିକ ହେବେ। ପାଣ୍ଡିତ୍ୱର ଉଦାହରଣ ସୃଷ୍ଟି କରିବେ। ହାସ୍ୟ ଯୁକ୍ତ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ଚିତ୍ର ନକ୍ଷତ୍ର ଜାତକର ଶୁଭକାର୍ଯ୍ୟରେ ଅଧିକ ବ୍ୟୟ।

ତୁଳା: ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତିର ମନ ପ୍ରସନ୍ନ ରହିବ। ଶୁଭଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ ଶୁଭଫଳ।

ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତିଙ୍କର ପରିସ୍ଥିତି ଅନୁକୂଳ ଅଛି। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସେବକ ସମାଜରେ ସାମିଲ ହୋଇପାରନ୍ତି। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।

ଧନୁ: ମୂଳା ନକ୍ଷତ୍ର ଜାତବ୍ୟକ୍ତି ସେବା ମନୋଭାବର ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ପାଇବେ। ଚିନ୍ତାଧାରା ଉନ୍ନତମାନର ହେବ। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଶୁଭଫଳ ନ୍ୟୂନ ହେବ।

ମକର: ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଗୃହ କାର୍ଯ୍ୟର ଉନ୍ନତି ଘଟିବ। ଅତିଥି ସତ୍କାରରେ ତତ୍ପର ହେବେ। ଗୁରୁ, ଗୁରୁଜନ ଦେବା ଦେବୀ ପୂଜାରେ ନିଜକୁ ନିୟୋଜିତ କରିବେ। ଶୁଭକାର୍ଯ୍ୟରେ ଧନବ୍ୟୟ କରିପାରନ୍ତି। ଧନିଷ୍ଠା ଅଭିଜିତର ସାମାନ୍ୟ ଫଳ।

କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ବନ୍ଧୁ ସହଯୋଗ ପାଇ ଆନନ୍ଦ ଅନୁଭବ କରିବେ। ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସିଦ୍ଧ ହସ୍ତ ହେବେ। ପୂର୍ବ ଭାଦ୍ର ଓ ଧନିଷ୍ଠାର ସାମାନ୍ୟ ଶୁଭଫଳ।

ମୀନ: ଉତ୍ତରା ଭାଦ୍ରପଦ ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ। ଧୈର୍ଯ୍ୟବାନ ହେବେ। ଅର୍ଥ ସଞ୍ଚୟ କରିପାରନ୍ତି। ବୁଦ୍ଧି ଚାଳନା କରି ଅସାଧ୍ୟ ସାଧନ କରିପାରନ୍ତି। ପୂର୍ବ ଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଶୁଭଫଳ ପାଇବେ।

Leave A Reply