ଗୁରୁବାର ରାଶିଫଳ

0

ମେଷ: ଗୁରୁଜନଙ୍କ କାର୍ଯ୍ୟ-କଳାପ ଆପଣଙ୍କ ପାଇଁ ଉପାଦେୟ ହେବ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଗ୍ରହଣ କରିପାରନ୍ତି। ଶାନ୍ତ, ଧୈର୍ଯ୍ୟବାନ ଓ ପତ୍ନୀଙ୍କ ଅଧୀନ ହେବେ।
ବୃଷ: କାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲିବ। ମନରେ ଗର୍ବଭାବ ବହନ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଶରୀର ସୁସ୍ଥ ରହିବ। ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ମିଥୁନ: ସୁସ୍ଥ ଓ ନିରାମୟ ରହିବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।
କର୍କଟ: ଯେତେ ବିଶୃଙ୍ଖଳା ଉପୁଜିଲେ ବି କାର୍ଯ୍ୟରେ ଆଗେଇବେ। ଉଦାର ସ୍ୱଭାବର ହେବେ। ସଫଳ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମରେ ତତ୍ପର ହେବେ। ଯାନବାହନ ସୁଖ ମିଳିବ।
ସିଂହ: ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ବିଶୁଦ୍ଧଭାଷୀ ହେବେ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ଧାର୍ମିକ ହେବେ।
କନ୍ୟା: କୌଣସି ଏକ ବିଶେଷ କାର୍ଯ୍ୟରେ ସଫଳତା ଲାଭ କରିବେ। ମନରେ ଥିବା ଉଦ୍‍ବେଗର ପରିସମାପ୍ତି ଘଟିବ। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସନ୍‍ମାର୍ଗୀ ହେବେ।
ତୁଳା: କାହା ଉପରେ ନିର୍ଭରଶୀଳ ନ ହୋଇ ସ୍ୱାଧୀନଚେତା ଭାବେ କାର୍ଯ୍ୟ ସମ୍ପାଦନ କରିବେ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ମୋକଦ୍ଦମା ଆପଣଙ୍କ ସପକ୍ଷରେ ଯିବ। ସୁସ୍ଥ ଓ ନିରାମୟ ରହିବେ।
ବିଛା: ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ; ମାତ୍ର ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମିଷ୍ଟଭାଷୀ ଭାବେ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ।
ଧନୁ: ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ।
ମକର: ନିଜ ଅସପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ପ୍ରୟାସ ଜାରି ରଖିବେ। ପରିଶ୍ରମର ମୂଲ୍ୟ ମିଳିବ। ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ।
କୁମ୍ଭ: ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ଭାଗ୍ୟବାନ ହେବେ। ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ।
ମୀନ: ଧୀର, ସ୍ଥିର ଭାବେ କାର୍ଯ୍ୟରେ ଆଗେଇବେ। ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। ଜଳଯାତ୍ରା ମନା।

Leave A Reply