ଗୁରୁବାର ରାଶିଫଳ

0

ମେଷ: କର୍ମକ୍ଷେତ୍ରରେ ସହାୟତା ମିଳିବ। ସାଧନା ଫଳବତୀ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ବୃଷ: ବିବାଦକୁ ଏଡ଼ାଇ କାର୍ଯ୍ୟରେ ଆଗକୁ ବଢ଼ିପାରନ୍ତି। ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ଭ୍ରାତୃ ବିବାଦକୁ ସମାଧାନ କରି ଆଶ୍ୱସ୍ତ ହେବେ। ଅର୍ଥାଭାବ ଦେଖା ଦେଇପାରେ। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିପାରନ୍ତି।
ମିଥୁନ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁଖକର ଘଟଣା ମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିପାରନ୍ତି।
କର୍କଟ: ବ୍ୟବସାୟ ଲାଭଜନକ ହେବ। ବନ୍ଧୁ ସୁଖ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁ ସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ।
ସିଂହ: ପରିସ୍ଥିତି ଆୟତ୍ତାଧୀନ ହୋଇପାରେ। ଶତ୍ରୁ ଉପରେ ନଜର ରଖିବାକୁ ପଡ଼ିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପଦ ହେବ। ଅଧ୍ୟୟନ ପ୍ରତି ଗୁରୁତ୍ୱାରୋପ କରିପାରନ୍ତି।
କନ୍ୟା: ପରିବେଶ ପାଇଁ ବ୍ୟତିବ୍ୟସ୍ତ ହେବେ। ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଉପାଦେୟ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଅଧିକ ଶ୍ରମ ସ୍ୱୀକାର କଲେ ବି, ତା’ର ମୂଲ୍ୟାଙ୍କନ ହେବ। କୃଷି କର୍ମ ଉପରେ ଗୁରୁତ୍ୱ ଦେବେ।
ତୁଳା: ବନ୍ଧୁଙ୍କ ସହାୟତା ସୁଖ ଭୋଗ କରିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।
ବିଛା: କାର୍ଯ୍ୟରେ ବାଧା, ବିଘ୍ନ ଉପୁଜି ପାରେ। କର୍ମକ୍ଷେତ୍ରରେ ଓ ସାଂଗଠନିକ କାର୍ଯ୍ୟରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ବିଷାଦିତ ହୋଇପାରେ। ଦେଖା ଦେଇଥିବା ଆକସ୍ମିକ ସମସ୍ୟା ଦୂର ହେବ। ନୃତ୍ୟ, ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ।
ଧନୁ: କାର୍ଯ୍ୟ ହାସଲ ପାଇଁ ଅଧିକ ଶ୍ରମ ସ୍ୱୀକାର କରିପାରନ୍ତି। ଭଲ ଆୟ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମକର: କାର୍ଯ୍ୟ ଆଶିଂକ ସଫଳ ହେବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ସବୁଠୁଁ ଭଲ। ଖର୍ଚ୍ଚାନ୍ତ ଯୋଗ ଅଛି। ମନଭୁଲାଣିଆ କଥା କହି ପରକୁ ଆପଣାର କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ରହିବ।
କୁମ୍ଭ: ଆଶ୍ୱସ୍ତି ମିଳିବ। ସୁ ସମ୍ବାଦ ପାଇ ଖୁସି ହୋଇ ପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ଅର୍ଥ ହସ୍ତଗତ ହେବ।
ମୀନ: ମନୋଭାବରେ ପରିବର୍ତ୍ତନ ଘଟିପାରେ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

Leave A Reply