ଗୁରୁବାର ରାଶିଫଳ

0

ମେଷ: ସୁଯୋଗର ଉପଯୋଗ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆର୍ଥିକ ସହାୟତା ପାଇ କାର୍ଯ୍ୟ ହାସଲ କରିପାରନ୍ତି। ଧର୍ମ କ୍ରିୟାରତ ହୋଇପାରନ୍ତି। ସୁବର୍ଣ୍ଣାଦି ଦ୍ରବ୍ୟ ଲାଭ କରିପାରନ୍ତି।

ବୃଷ: କଷ୍ଟଦାୟକ କାର୍ଯ୍ୟରୁ ମୁକ୍ତ ହୋଇପାରନ୍ତି। ଶ୍ରମର ମୂଲ୍ୟଞାଙ୍କନ ହେବ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପରୋପକାରୀ ହେବେ। ବିଭିନ୍ନ ପ୍ରକାରର ଧନଲାଭ କରିପାରନ୍ତି। କର୍ମକ୍ଷେତ୍ର ଆପଣଙ୍କ ପାଇଁ ଉତ୍ସାହ ବୋଧ ହେବ।

ମିଥୁନ: ଆଶା କରୁଥିବା ସାହାଯ୍ୟ ମିଳିବ; ତଥାପି ଧନକ୍ଷୟର ଆଶଙ୍କା ଅଛି। ଠାକୁରଙ୍କ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ହିଂସା ମାର୍ଗରେ ମନ ବଳି ପାରେ; ମାତ୍ର ଶ୍ରେଷ୍ଠ ମାନ୍ୟତା ମିଳିବ।

କର୍କଟ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତିି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ନିଜ କାର୍ଯ୍ୟ ତୃପ୍ତିକର ହୋଇପାରେ। ଦେବ ଦର୍ଶନ କରି ପୂଜାର୍ଚ୍ଚନା କରିପାରନ୍ତି। ପାରିବାରିକ ସମସ୍ୟାର ସମାଧାନ ହେବ।

ସିଂହ: ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରିବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ବହୁ ସୁଖର ଅଧିକାରୀ ହେବେ। ଦର୍ୟାଦ୍ର ଚିତ୍ତ ହୋଇପାରନ୍ତି। କୀର୍ତ୍ତିମାନ ହେବେ। ରାଜପୂଜା ପାଇପାରନ୍ତି।

କନ୍ୟା: ଗୃହକାର୍ଯ୍ୟ ଆନନ୍ଦଦାୟକ ହେବ। ବିଚାର ବିମର୍ଷ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ହସ ଖୁସିରେ ସମୟ ବିତାଇ ପାରନ୍ତି। ସ୍ନେହ ଶ୍ରଦ୍ଧାର ପାତ୍ର ହେବେ। ଠାକୁରଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।

ତୁଳା: ପଡ଼ୋଶୀମାନଙ୍କ ଫମ୍ପା ଉପଦେଶ ଆପଣଙ୍କ ପକ୍ଷେ ବିରକ୍ତିକର ହୋଇପାରେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ରାଜପୂଜିତ, ଯାନବାହନଯୁକ୍ତ, ଗ୍ରାମାଧୀଶ, ପରାକ୍ରମଶାଳୀ ଓ ବହୁ ପୋଷକ ହେବେ।

ବିଛା: ସୁଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ନୈତିକତା ବୃଦ୍ଧି ପାଇବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ।

ଧନୁ: ଆଶାବାଦୀ ହୋଇପାରନ୍ତି। ଆଶା ପୂରଣ ହେବ। କର୍ମକୁଶଳତା ପ୍ରକାଶ ପାଇବ। ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ ପାରନ୍ତି। କୃଷିରୁ ଲାଭବାନ ହେବେ। ବିକ୍ରମୀ ହେବେ। ସନ୍‍ମାର୍ଗୀ ହୋଇପାରନ୍ତି। ଶ୍ରେଷ୍ଠତା ମିଳିବ।

ମକର: ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ। ସୌଜନ୍ୟତା ପ୍ରକାଶ କରିପାରନ୍ତି। ଆୟ ଉତ୍ତମ ଧରଣର ହେବ। ଉଚ୍ଚ ସମ୍ମାନ ଲାଭ କରିବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥ ମିଳିବ। ଧର୍ମ ଅନୁଷ୍ଠାନର ନେତୃତ୍ୱ ନେବେ।

କୁମ୍ଭ: ବ୍ୟୟ ଯୋଗ ଅଛି। ଧର୍ମାସକ୍ତ ହେବେ। ମତିମାନ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖ ଭୋଗ କରିବେ। ନାନା ସୁନ୍ଦର ବସ୍ତୁ ଲାଭ କରିପାରନ୍ତି। ସରଳ ଓ ଶାବଲୀଳ ଭାଷା ପ୍ରୟୋଗ କରି ଅନ୍ୟମାନଙ୍କ ମନ କିଣି ପାରନ୍ତି।

ମୀନ: ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ। ମନ ସ୍କାମନା ପୂରଣ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଜନପ୍ରିୟ ହୋଇପାରନ୍ତି। ସରକାରୀ ସ୍ତରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ।

Leave A Reply