ସୋମବାର ରାଶିଫଳ

0

ମେଷ: ପରମ ଭାଗ୍ୟଶାଳୀ ହେବେ। ବ୍ୟକ୍ତି ବିଶେଷ ଭାବେ ପରିଗଣିତ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ। ମିତ୍ର ସୁଖ ମିଳିପାରେ।

ବୃଷ: କର୍ମକ୍ଷେତ୍ରରେ ବହୁ ଶୁଭଫଳ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଯୁଦ୍ଧରେ ବିଜୟୀ ହେବେ। ଧନପ୍ରାପ୍ତ ହେବେ। ଧନ-ସମ୍ପଦ ପୂରି ରହିବ।

ମିଥୁନ: କାର୍ଯ୍ୟରେ ସଫଳତା ମିଳିବ। ପଥରୋଧକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହେବେ।

କର୍କଟ: ପରିସ୍ଥିତି ଆୟତ୍ତାଧୀନ ହେବ। ଆୟ ଉତ୍ତମ ଧରଣର ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ସରକାରୀ ଅର୍ଥ ମିଳିବ।

ସିଂହ: ଗୃହକାର୍ଯ୍ୟରେ ମନୋନିବେଶ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ରାଜଧନ ପ୍ରାପ୍ତ ହେବେ।

କନ୍ୟା: ବାଧା-ବିଘ୍ନକୁ ଏଡ଼ାଇ କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ କଟିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଅର୍ଥ ମିିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।

ତୁଳା: ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ରାଜପୂଜିତ, ଯାନ-ବାହନଯୁକ୍ତ, ଗ୍ରାମାଧୀଶ, ପରାକ୍ରମଶାଳୀ ହୋଇପାରନ୍ତି। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ବିଛା: ଆପଣଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ। ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ଧନୁ: ବିନା ସଂଗ୍ରାମରେ ଶତ୍ରୁ ଆପଣାଛାଏଁ ଆଡ଼ ହୋଇଯିବେ। ଭାଇଙ୍କ ଉପରେ ସ୍ନେହଭାବ ଅତୁଟ ରହିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ରହିବେ।

ମକର: ମନୋରଞ୍ଜନ କାର୍ଯ୍ୟକ୍ରମ ଆନନ୍ଦଦାୟକ ହେବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ସୁଖୀ ହେବେ।

କୁମ୍ଭ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମକୁ ଅଗ୍ରାଧିକାର ଦେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ଜଳପ୍ରତି ଆଦରପ୍ରେମୀ ଓ ବୁଦ୍ଧିମାନ ହେବେ।

ମୀନ: ଯାତ୍ରା ଶୁଭଦାୟକ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବିବାଦରେ ବିଜୟୀ ହେବେ। ଭାଇମାନଙ୍କ ସ୍ନେହ ମିଳିବ।

Leave A Reply