ଗଣବଳାତ୍କାର ପୀଡିତାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

0

ଜୟପୁର:ଗଣବଳାତ୍କାରର ଶିକାର ହୋଇଥିବା ଜଣେ ମହିଳା ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଆଖି ବୁଜିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାଯୋଗ୍ୟ, କୋରାପୁଟ ଜିଲା ଜୟପୁର ସଦର ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କୁ ଗତ ୫ ତାରିଖ ରାତିରେ ସିଆଡ଼ିମାଳ ଗ୍ରାମର ଦୁଇ ଜଣ ଯୁବକ ଅମାନୁଷିକ ଭାବେ ଗଣବଳାତ୍କାର କରିଥିଲେ । ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବ ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ସାଇଣ୍ଟିଫିକ୍‌ ଟିମ୍‌ ପୀଡ଼ିତାଙ୍କ ଘରେ ପହଞ୍ଚି ନମୂନା ସଂଗ୍ରହ କରିଛି । ପୀଡିତାଙ୍କ ସ୍ବାମୀ ମାନସିକ ଅନଗ୍ରସର, ଶାଶୁ ଦୃଷ୍ଟିହୀନ ଏବଂ ତାଙ୍କର ଦୁଇଟି ପୁଅ ରହିଥିବା ଜଣାପଡିଛି । 

Leave A Reply