ନାବାଳିକାଙ୍କୁ ବଳାତ୍କାର; ଅଭିଯୁକ୍ତ ଗିରଫ

0

ମାଲକାନାଗିରି: ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ମାଲକାନାଗିରି ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ହେଲା ଚନ୍ଦ୍ର ଶେଖର ବରାଳ ।

ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ପରିବାର ମାଲକାନଗିରି ଜିଲା ଏମ୍‌ଭି ୧୦ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଗତ ୧୦ ତାରିଖ ଦିନ ଅପରାହ୍ଣ ୪ଟା ​‌ସମୟରେ ଝିଅଟି ଘର ବାହାରେ ଖେଳୁଥିବା ବେଳେ ସମ୍ପର୍କୀୟଙ୍କ ପଡ଼ିଶା ଘ​‌ରେ ରହୁଥିବା ଚନ୍ଦ୍ର ଶେଖର ବରାଳ ଓରଫ ଚିଣ୍ଟୁ ନାମକ ଜଣେ ଯୁବକ ଝିଅଟିକୁ ପ୍ରଲୋଭିତ କରି ଘର ଭିତରକୁ ଡାକି ନେଇଥିଲେ। ତା ପରେ ​‌ସେଠାରେ ଝିଅଟିକୁ ବଳାତ୍କାର କରିଥିଲେ। ପୀଡ଼ିତା କାନ୍ଦିକାନ୍ଦି ଘରକୁ ଫେରି ଘଟଣା ବିଷୟରେ କହିବା ପରେ ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରେ ମାଲକାନାଗିରି ଥାନାରେ ଏନେଇ ଅଭଯୋଗ କରିଥିଲେ। ପୁଲିସ ଏହି ଘଟଣାର ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଚିଣ୍ଟୁକୁ ଗିରଫ କରି କୋର୍ଟ ଚାଲଣ କରିଛି।

Leave A Reply