ରାମ ଓ ସୁଗ୍ରୀବଙ୍କର, ଅମର ବନ୍ଧୁତ୍ୱ 

0

ଜୀବନରେ ବନ୍ଧୁର ମୂଲ୍ୟ ବହୁ ଅଧିକ। ବନ୍ଧୁଟିଏ ନିଜ ବନ୍ଧୁକୁ ନିଜର ସମସ୍ତ ଗୋପନୀୟ କଥା କହିଥାଏ। ବହୁ ସମୟରେ ଏପରି କିଛି କଥା ଅଛି ଯାହା ମାତା ପିତା ନ କହି ମଧ୍ୟ ସାଙ୍ଗକୁ କହିହୁଏ। ତେଣୁ ସାଙ୍ଗ ହେଉଛି ଜୀବନର ଏପରି ଏକ ଅଂଶ ଯେ ବିଶ୍ୱାସ ଯୋଗ୍ୟ ଓ ସାହାଯ୍ୟକାରୀ। ଏହି ସଂପର୍କରେ କୌଣସି ସ୍ୱାର୍ଥ ନ ଥାଏ। ତେଣୁ ଜୀବନରେ ସାଙ୍ଗର ସ୍ଥାନ ସ୍ୱତନ୍ତ୍ର। ତେଣୁ ଏହି ସଂପର୍କ ଅମୂଲ୍ୟ। ଏପରି ‘ବନ୍ଧୁତ୍ୱ’ର ବହୁ ଉଦାହରଣ ଅଛି । ଏପରି ଏକ ବନ୍ଧୁତ୍ୱ ହେଉଛି ପୁରାଣ ବର୍ଣ୍ଣିତ ରାମ ଓ ସୁଗ୍ରୀବଙ୍କର ସମ୍ପର୍କ ।

ରାମ ଓ ସୁଗ୍ରୀବ

ଖାଲି ଏବେ ନୁହେଁ ପୌରାଣିକ ସମୟରୁ ମଧ୍ୟ ବନ୍ଧୁତ୍ୱର ଗୁରୁତ୍ୱ ଦେଖିବାକୁ ମିଳେ। ପ୍ରଭୁ ଶ୍ରୀରାମ ଓ ସୁଗ୍ରୀବ ଉତ୍ତମ ବନ୍ଧୁ ଥିଲେ। ଯେଉଁ ସମୟରେ ମାତା ସୀତାଙ୍କୁ ରାବଣ ହରଣ କରିନେଇ ଯାଇଥିଲେ, ସୀତାଙ୍କୁ ଠାବ କରିବାବେଳେ ପ୍ରଭୁ ରାମଚନ୍ଦ୍ର ଋଷିମୁଖ ପର୍ବତକୁ ଯାଇଥିଲେ, ସେଠାରେ ସୁଗ୍ରୀବ ରହୁଥିଲେ। ସୁଗ୍ରୀବ କିସ୍କିନ୍ଧାର ରାଜା ବଳୀଙ୍କର ଭାଇ ଥିଲେ। ମାତ୍ର କଳହ କାରଣରୁ ରାଜା ବଳୀ ସୁଗ୍ରୀବଙ୍କ ଠାରୁ ସମସ୍ତ ସମ୍ପତ୍ତି ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଛଡ଼ାଇ ନେଇ ସୁଗ୍ରୀବଙ୍କୁ ତଡ଼ି ଦେଇଥିଲେ। ମହାବୀର  ହନୁମାନ ଭଗବାନ ଶ୍ରୀରାମ ଓ ସୁଗ୍ରୀବଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପିତ କରାଇଥିଲେ। ଏହାପରେ ପରସ୍ପରକୁ ସାହାଯ୍ୟ ନିମନ୍ତେ ସହମତି ପ୍ରକାଶ କରିଥିଲେ  ।  ଏହା ପରେ ପ୍ରଭୁ ଶ୍ରୀରାମ ବଳିଙ୍କୁ ବଧ କରିବାଯୋଗୁ ସୁଗ୍ରୀବ ନିଜର ସମ୍ପତ୍ତି ଓ ରାଜ୍ୟ ଫେରି ପାଇଥିଲେ।

ମାତା ସୀତାଙ୍କୁ ଠାବ କରିବା ପାଇଁ  ସୁଗ୍ରୀବ ନିଜର ସୈନ୍ୟଙ୍କୁ ପଠାଇଥିଲେ। ହନୁମାନ ସମୁଦ୍ର ପାରି କରିବାସହ ମା’ସୀତା ରାବଣର ‘ଲଙ୍କା’ରେ ଥିବା କଥା ରାମଙ୍କୁ  ଜଣାଇଥିଲେ। ଏହା ପରେ ସୁଗ୍ରୀବ ନିଜର ସୈନ୍ୟସାମନ୍ତ ସହ ‘ଲଙ୍କା’ ଯାଇଥିଲେ। ଭଗବାନ ରାମ ଓ ରାବଣ ମଧ୍ୟରେ ଯୁଦ୍ଧ ହୋଇଥିଲା ଓ ଶେଷରେ ରାମ ଜିତିଥିଲେ।ଏପରି ପରସ୍ପରକୁ ସାହାଯ୍ୟ କରିବା କରିଥିଲେ ଦୁଇ ବନ୍ଧୁ। ଯେଉଁ କାରଣରୁ ଆଜି ମଧ୍ୟ ତାଙ୍କ ‘ବନ୍ଧୁତ୍ୱ’ ଅମର ରହିଛି।

Leave A Reply