ରାକ୍ଷୀରେ ଭଉଣୀକୁ ଉପହାର ଦେବେ କେଉଁ ଗାଡି ?

0

ନୂଆଦିଲ୍ଲୀ : ଆସୁଛି ରାକ୍ଷୀ ପୂଣ୍ଣିମା, ସବୁ ଭଉଣୀମାନେ ଏହି ପବିତ୍ର ଦିନରେ ଭାଇମାନଙ୍କ ଠାରୁ ଭଲ ଉପହାର ପାଇବାକୁ ଚାହିଁ ବସିଥାନ୍ତି। ବର୍ତ୍ତମାନ ସମୟରେ ଝିଅମାନେ ଗାଡି ଚଲାଇବାକୁ ପସନ୍ଦ କରୁଛନ୍ତି। ଆପଣ ଯଦି ଏହି ରାକ୍ଷୀ ପୂଣ୍ଣିମାରେ ନିଜର ଭଉଣୀଙ୍କୁ ଗାଡି ଉପହାର ଦେବାକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଜାଣିବା କମ ଦରରେ କେଉଁ ଗାଡି କିଣିବେ।
ହିରୋ ଡୁଏଟ୍‍
ଭାରତର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ହିରୋର ଲୋକପ୍ରିୟ ‘ହିରୋ ଡୁଏଟ’ ଉପହାର ପାଇଁ ବେଶ ଉପଯୋଗୀ ହେବ। ଗ୍ରାହକଙ୍କ ସୁବିଧା ଦୃଷ୍ଟିରେ ରଖି ଏହି ସ୍କୁଟର ଉପହାର ଦେବାପାଇଁ ଭଲ ରହିବ। ଏହି ସ୍କୁଟରରେ ୧୧୦ସିସି, ଚାରି ଷ୍ଟ୍ରୋକ୍‍, ଏକକ ସିଲିଣ୍ଡର ଇଞ୍ଜିନ ରହିଛି। ଏହାବ୍ୟତୀତ ୩.୦ ୟୁଏସବି ଚାର୍ଜିଂ ବ୍ୟବସ୍ତା ରହିଛି। ଏହି ସ୍କୁଟରର ମୂଲ୍ୟ ଦିଲ୍ଲୀ ସୋ ରୁମ ଅନୁସାରେ ୪୭,୨୫୦ ଟଙ୍କା ରହିଛି।
ଟିଭିଏସ୍‍ ପେପ୍‍ପ୍ଲସ
ଟିଭିଏସ୍‍ କମ୍ପାନୀ ‘ଟିଭିଏସ୍‍ ସ୍କୁଟି ପେପ୍‍ପ୍ଲସ୍‍’ର ଓଜନ କମ ରହିଥିବାରୁ ସାଧାରଣତଃ ଝିଅମାନେ ଚଳାଇବାକୁ ଭଲପାଇଥାନ୍ତି। ଏହି ସ୍କୁଟରରେ ୮୭.୮ସିସି, ଚାରି ଷ୍ଟ୍ରୋକ୍‍, ଏକକ ସିଲିଣ୍ଡର ଇଞ୍ଜିନ ରହିଛି। ଏହାର ମୂଲ୍ୟ ୪୦,୯୮୭ ଟଙ୍କା ରହଛି।
ହୋଣ୍ଡା ଆକ୍ଟିଭା ଆଇ
ଭାରତର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ହୋଣ୍ଡା ଆକ୍ଟିଭା ଆଇ’ର ଓଜନ କମ ରହିବା ସହ ଦେଖିବାକୁ ଆକର୍ଷଣୀୟ। ତେଣୁ ଝିଅମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି। ଏହି ବାଇକରେ ଚାରି ଷ୍ଟ୍ରୋକ, ୧୦୯ସିସି, ଏସଆଇ, ବିଏସ-ଆଇଭି ଇଞ୍ଜିନ ରହିଛି। ଏହାର ମୂଲ୍ୟ ୪୮,୯୩୨ ଟଙ୍କା ରହିଛି।
ରାକ୍ଷୀ ଅବସରରେ ନିଜ ଭଉଣୀ ମାନଙ୍କୁଉପହାର ଦେବାକୁ ଚାହୁଁଥିବା ଭାଇମାନେ ଏହି ସବୁ ଗାଡି କିଣି ପାରିବେ।

Leave A Reply