ଆସ୍ଥାନା ବିଜେପି ପାଣ୍ଠିରେ ଟଙ୍କା ଜମା କରି ନାହାନ୍ତି : ପ୍ରଦୀପ ସିଂହ ଜାଡ଼େଜା

0

ସୁରଟ : ବିବାଦୀୟ ସିବିଆଇ ଅଫିସର ତଥା ଆଇପିଏସ୍‍ ଅଧିକାରୀ ରାକେଶ ଆସ୍ଥାନା ୨୦୧୧-୧୬ ମଧ୍ୟରେ ସୁରଟ ପୁଲସ କମିଶନର ଥିବାବେଳେ ପୁଲିସ କଲ୍ୟାଣ ପାଣ୍ଠିରୁ ବିଜେପିର ଦଳୀୟ ପାଣ୍ଠିରେ ଟଙ୍କା ଜମା କରିଥିବା ଖବର ସଂପୂର୍ଣ୍ଣ ମିିଥ୍ୟା ଏବଂ ଅମୂଳକ। ଗୁଜରାଟର ଗୃହ ରାଜ୍ୟମନ୍ତ୍ରୀ ପ୍ରଦୀପ ସିଂହ ଜାଡ଼େଜା କହିଛନ୍ତି ଆସ୍ଥାନା ବିଜେପିର ଦଳୀୟ ପାଣ୍ଠିରେ ୨୦ କୋଟି ଟଙ୍କା ଜମା କରିଥିବା ନେଇ କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ଅସତ୍ୟ ତଥ୍ୟ ଉପରେ ଆଧାରିତ। ଶ୍ରୀ ଜାଡ଼େଜା କହିଛନ୍ତି ସମସ୍ତ ନଥିପତ୍ର ଯାଞ୍ଚ ପରେ ଗୋଟିଏ ପଇସା ମଧ୍ୟ ବିଜେପି ପାଣ୍ଠିରେ ଜମା ହୋଇଥିବାର ପ୍ରମାଣ ମିଳିନାହିଁ। ବିରୋଧୀ ଦଳ ଗଣମାଧ୍ୟମ ଜରିଆରେ ଏଭଳି ମିଥ୍ୟା ପ୍ରଚାର ଚଳାଇଛନ୍ତି ବୋଲି ସେ କହିଛନ୍ତି।

Leave A Reply