ଦ୍ୱିତୀୟଥର ପାଇଁ ବାପା ହେଲେ ରାଜପାଲ ଯାଦବ

0

ମୁମ୍ବଇ : ବଲିଉଡର ହାସ୍ୟ କଳାକାର ରାଜପାଲ ଯାଦବଙ୍କ ଘରେ ଏକ ନୂଆ ସଦସ୍ୟ ଆସିଛି। ରାଜପାଲ ଏହି ଖୁସି ଖବର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଜଣାଇଛନ୍ତି। ଏହି ସେୟାରରେ ସେ ନିଜର ଝିଅ ହନି ଯାଦବ ବଡ ଭଉଣି ହୋଇଛି ବୋଲି କହିଛନ୍ତି। ଏହାସହ ସେ ଲେଖିଛନ୍ତି ନବରାତ୍ରି ଆରମ୍ଭରେ ଘରକୁ କୁନି ପରିଟିଏ ଆସିଛି। ଏହା ଶୁଣିବାପରେ ରାଜପାଲଙ୍କ ପ୍ରଶଂସକ ସହ ଅନାନ୍ୟ ସହ କଳାକାର ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତା ରାଜପାଲ ନିଜର ଆଗାମୀ ପଞ୍ଜାବି ଚଳଚ୍ଚିତ୍ର ଚଣ୍ଡିଗଡ ଅମୃତସର ଚଣ୍ଡିଗଡରେ ନଜର ଆସିବେ। ରାଜପାଲଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଗିପି ଗୋବାଲ ଓ ସରଗୁନ ମେହତାଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Leave A Reply