ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଳା ବୋଳିଲେ ଦୁର୍ବୃତ୍ତ

0

ଲୁଧିଆନା : ପଞ୍ଜାବର ଲୁଧିଆନାଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଙ୍ଗଳବାର କେତେକ ଦୁର୍ବୃତ୍ତ କାଳି ବୋଳି ଦେଇଛନ୍ତି। ଏହି ଘଟଣା ପଛରେ ଶିିରୋମଣି ଅକାଳୀ ଦଳର ହାତ ଥିବା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଶଙ୍କା କରିିଛନ୍ତି। ତେବେ ଦୁର୍ବୃତ୍ତମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପୁଲିସକୁ ନିର୍ଦେଶ ଦେଇଛନ୍ତି। ୧୯୮୪ ଶିଖ-ବିରୋଧୀ ଦଙ୍ଗା ପାଇଁ ରାଜୀବଙ୍କୁ ଦାୟୀ କରି ଲୁଧିଆନାର ସାଲେମ ତାବ୍ରିଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ କଳା ବୋଳାଯାଇଥିବା କୁହାଯାଉଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଟ୍ବିଟରରେ ତୀବ୍ର ନିନ୍ଦା କରିଛନ୍ତି। ଏଥସହ ଏଭଳି କାର୍ଯ୍ୟପାଇଁ ଏସ୍‌ଏଡି କ୍ଷମାପ୍ରାର୍ଥନା କରିବା ଉଚିତ ବୋଲି ସେ ଦର୍ଶାଇଛନ୍ତି। ରାଜୀବଙ୍କୁ ବିରୋଧ କରୁଥିବା ଲୋକେ ସମଗ୍ର ଦେଶରୁ ତାଙ୍କ ପ୍ରତିମୂର୍ତ୍ତି ହଟାଇବାକୁ ଦାବି କରିଥିବା ପୁଲିସ କହିଛି।

Leave A Reply