ଘରେ ନମାଜ ପଢନ୍ତୁ ମୁସଲିମ: ରାଜ ଠାକରେ

0

ମୁମ୍ବଇ : ମୁସଲମାନଙ୍କ ଧାର୍ମିକ ରୀତିନୀତି ଉପରେ ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟୟ ରାଜ ଠାକରେ ବିବାଦୀୟ ବୟାନ ଦେଇଛନ୍ତି। ମୁସଲମାନ ଘର ବାହାରେ ଓ ସଡ଼କରେ ନମାଜ ପାଠ ନ କରି ନିଜ ଘରେ ନମାଜ ପାଠ କରିବା ଉଚିତ୍‍ ବୋଲି ସେ କହିଛନ୍ତି। ଏହାସହ ଅଜାନ ପାଇଁ ମୁସଲମାନଙ୍କୁ ଡାକବାଜି ଯନ୍ତ୍ରର କ’ଣ ଆବଶ୍ୟକ ଓ ଏପରି କରି କ’ଣ ଦେଖାଇବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୁରୁପୂର୍ଣ୍ଣିମା ଅବସରରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ ଠାକରେ ଏହା କହିଛନ୍ତି। ସେହିପରି ସମସ୍ତେ ନିଜ ନିଜ ଦାୟିତ୍ୱ ବୁଝିବା ଦରକାର। ଯଦି ସମସ୍ତେ ନିଜ ଦାୟିତ୍ୱ କ’ଣ ବୁଝିଯିବେ ତେବେ ଦେଶ ଏବଂ ରାଜ୍ୟରେ କୌଣସି ପ୍ରକାର ବିରୋଧାଭାସ ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଅନେକ ଥର ଏମ୍‍ଏନ୍‍ଏସ୍‍ ଅଧ୍ୟୟ ରାଜ ଠାକରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ। ସେ ମରାଠା ସଂରକ୍ଷଣ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ପୂର୍ବରୁ ମୋଦୀ ମୁକ୍ତ ଭାରତର ସ୍ଲୋଗାନ ଦେଇ ସେ ଚର୍ଚ୍ଚାରେ ରହିଥିଲେ।

Leave A Reply