ସାଢ଼େ ତିନିବର୍ଷ ପରେ ପହଞ୍ଚିଲା ରେଲୱ ପାର୍ସଲ

0

ନୂଆଦିଲ୍ଲୀ : ରେଳବାଇ କାର୍ଯ୍ୟରେ ଅବହେଳାର ଆଉ ଏକ ପ୍ରମାଣ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରିଥିବା ଏକ ମାଲବାହୀ ଟ୍ରେନର ୱାଗନ ୧୪୦୦ କିମି ଅତିକ୍ରମ କରିବାକୁ ୩ବର୍ଷ ୫ମାସ ଲାଗି ଯାଇଛି। ୨୦୧୪ରେ ମାଲବାହୀ ଟ୍ରେନ୍‍ରେ ଏକ ୱାଗନ ବୁକ୍‍ କରିଥିଲେ ଚେନ୍ନଇର ଇଣ୍ଡିଆନ ପୋଟାସ ଲିମଟେଡ ନାମକ ଏକ କମ୍ପାନୀ। ୱାଗନରେ ୧୦ଲକ୍ଷ ଟଙ୍କାର କମ୍ପୋଷ୍ଟ ପରିବହନ କରାଯାଇଥିଲା। ତେବେ ୱାଗନ ବୁକ୍‍ ହେବାର ଦୀର୍ଘ କାଳ ବିତିଯାଇଥିବାବେଳେ ଏହା ଠିକଣା ସ୍ଥାନରେ ପହଞ୍ଚି ନଥିଲା। କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ରେଳବାଇକୁ ଅନେକ ଚିଠି ଲେଖିଥିଲେ; ମାତ୍ର ରେଳବାଇ ଏହି ୱାଗନଟିକୁ ଠାବ କରିପାରି ନଥିଲେ। ଦେଶବ୍ୟାପୀ ଅନେକ ଷ୍ଟେସନ ବୁଲିବା ପରେ ଏହା ଠିକଣା ସ୍ଥାନରେ ପହଞ୍ଚିଥିଲା।

Leave A Reply