କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ

0

ଗୁଆହାଟି : ଆସାମ ନାଗାଓଁ ଜିଲାର ଜଣେ ୨୪ ବର୍ଷିୟା ମହିଳାଙ୍କୁ ବଳାତ୍କାର କରିବା ଓ ଧମକ ଚମକ ଦେବା ଅଭିଯୋଗରେ ଆସାମ ପୁଲିସ୍‍ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ରାଜେନ ଗୋହାଇଁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ମନ୍ତ୍ରୀ ମହିଳା ଏବଂ ତାଙ୍କ ପରିବାର ବିରୋଧରେ ବ୍ଲାକ୍‍ମେଲ କରିବାର ଅଭିଯୋଗ କରିଛନ୍ତି। ନାଗାଓଁ ଥାନାଧିକାରୀ ଅନନ୍ତ ଦାସ କହିଛନ୍ତି ଯେ ମହିଳା ଜଣକ ଅଦାଲତରେ ମାମଲା ଫେରାଇ ନେବାକୁ ଆବେଦନ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ମାମଲା ବଳବତ୍ତର ରହିଛି। ତେଣୁ ପୁଲିସ୍‍ ତାର ତଦନ୍ତ ଜାରି ରଖିବ। ଏହି ମାମଲା ଗତ ସପ୍ତାରେ ରୁଜୁ ହୋଇଥିଲା। ମନ୍ତ୍ରୀଙ୍କ ବିରୋଧରେ ଆଇପିସି ୪୧୭, ୩୭୬ ଏବଂ ୫୦୬ରେ ମାମଲା ରୁଜୁ ହୋଇଛି। ପୁଲିସ୍‍ ମହିଳାଙ୍କ ବୟାନ ରେକର୍ଡ କରିଛି। ତେବେ ମହିଳା ଜଣକ ଡାକ୍ତରୀ ମାଇନା ପାଇଁ ମନା କରିଦେଇଛନ୍ତି। ଏହି ଘଟଣା ୭ରୁ ୮ ମାସ ତଳର ବୋଲି କୁହାଯାଉଛି। ମହିଳାଙ୍କ ସ୍ୱାମୀ ଘରେ ନ ଥିବାବେଳେ ମନ୍ତ୍ରୀ ବଳାତ୍କାର କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

Leave A Reply