ରାହୁଲଙ୍କ ରୋଡ ଶୋ ବେଳେ ବେଲୁନ୍ ବିସ୍ଫୋରଣ, ଦେଖନ୍ତୁ ଭିଡିଓ

0

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଅବହେଳା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଜବଲପୁରରେ ରାହୁଲଙ୍କ ରୋଡ ଶୋ ସମୟରେ ହଠାତ୍ ବିସ୍ଫୋରଣ ଘଟିଛି । ଶୋଭାଯାତ୍ରା ପାଇଁ ଆସିଥିବା ବେଲୁନ୍ ଗ୍ୟାସରୁ ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ରୋଡ ଶୋରେ ରାହୁଲ ମିନି ବସରେ ଯାଉଥିଲେ ଅଳ୍ପ ଦୂରରେ ଗ୍ୟାସ ବେଲୁନ ଫାଟିବା କାରଣରୁ ଆରତୀ ପାଇଁ ଆସିଥିବା ଥାଳିରୁ ଅଗ୍ନି ସଂଯୋଗ ହୋଇ ଯାଇଥିଲା। ଫଳରେ ହଠାତ୍ ନିଆଁ ଜଳି ଉଠିଥିଲା। ଏଥିରେ କେହି ଆହତ ହୋଇ ନଥିବା ବେଳେ ଶୋରେ ସାମିଲ ଥିବା ଜନତା ଓ ରହୁଲ ଗାନ୍ଧୀ ଅଳ୍ପେ ଭୟଭୀତ ହୋଇପଡିଥିବା ଭିଡିଓରେ ଦେଖିବାକୁ ମିଳିଛି ।

courtesy news tak

Leave A Reply