ଏଆର୍‌ ରହମାନ୍‌ଙ୍କ ସଙ୍ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

0

ଭୁବନେଶ୍ୱର . – କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱ କପ୍‌ର ଉଦ୍‌ଘାଟନୀ ସନ୍ଧ୍ୟାରେ ଦର୍ଶକ ଗୋଟିଏ ପରେ ଗୋଟିଏ ରୋମାଞ୍ଚ ଭରା ପରିବେଷଣ ଉପଭୋଗ କରିବାର ସୁଯୋଗ ପାଇଥିଲେ ।
ପ୍ରଥମେ ବଲିଉଡ୍‌ ବାଦଶାହା ଶାହରୁଖ ଖାନ, ପରେ ଧକ୍‌ ଧକ୍‌ ଗର୍ଲ ମାଧୁରୀଙ୍କର ନୃତ୍ୟ ପରିବେଷଣ ଓ ପରେ ଏଆର ରହମାନଙ୍କର ସଙ୍ଗୀତ ପରିବେଷଣ ।କଳିଙ୍ଗ ଷ୍ଟାଡିୟମର ପରିବେଶରେ ଭରି ଦେଇଥିଲା  ଉଷ୍ମତା । ଏଆର୍‌ ରହମାନ୍‌ ପ୍ରଥମେ  ‘ଦିଲସେ ରେ’ ଗୀତକୁ  ପରି ବେଷଣ କରିଥିଲେ ।

ଏହାପରେ ସେ    ‘ରୋଜା’ ସିନେମାର ‘ଦିଲ୍‌ ହେ ଛୋଟା ସା ଛୋଟି ସି ଆଶା’ ପରିବେଷଣ କରିଥିଲେ । ପରେ ପରେ ସେ ହମା ହମା , ମା ତୁଝେ ସଲାମ  , ଓସ୍କାର ସମ୍ମାନ ଜିତି ଥିବା  ଜୟ ହୋ  ଓ ପରେ ଜୟ ହିନ୍ଦ ଜୟ ଇଣ୍ଡିଆ ଗୀତ ପରିବେଷଣ କରିଥିଲେ ।

Leave A Reply