ରାଫେଲ୍‍ ଚୁକ୍ତି ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ଦୁର୍ନୀତି: ଅରୁଣ ସୌରୀ

0

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଯେତେ ସବୁ ଦୁର୍ନୀତି ହୋଇ ଆସିଛି ତା ମଧ୍ୟରେ ରାଫେ୍‍ଲ ବିମାନ କ୍ରୟ ଚୁକ୍ତି ସବୁଠାରୁ ବଡ଼ ଦୁର୍ନୀତି। ବୋଲି କହିଛନ୍ତି ବିଶିଷ୍ଟ ସାମ୍ବାଦିକ ଅରୁଣ ସୌରୀ। ପୂର୍ବତନ ବିଜେପି ନେତା ଯଶୱନ୍ତ ସିହ୍ନା ଓ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ସହିତ ଏକ ମିଳିତ ସମ୍ମିଳନୀରେ ଅରୁଣ ସୌରୀ କହିଛନ୍ତି ଯେ ଫ୍ରାନ୍ସ ସରକାରଙ୍କଠାରୁ ୩୬ଟି ରାଫେଲ୍‍ ଜେଟ୍‍ କିଣିବା ପାଇଁ ଯେଉଁ କାରବାର ହୋଇଛି ତାହା ଅପରାଧିକ କାର୍ଯ୍ୟକଳାପର ଏକ ଅଧ୍ୟାୟ ଭାବେ ଲେଖାଯାଇପାରିବ। ଏହି ଚୁକ୍ତି ଦ୍ୱାରା କେନ୍ଦ୍ର ସରକାର ଦେଶର ପ୍ରତିରକ୍ଷାକୁ ବିପନ୍ନ କରିଛନ୍ତି। ବୋଫର୍ସ ଦୁର୍ନୀତି ଠାରୁ ମଧ୍ୟ ଏହା ଆହୁରି ଅଧିକ ବଡ଼। ଏହାର ତୁରନ୍ତ ଏକ ଅଡିଟ କରିବା ଆବଶ୍ୟକ। ବିମାନର ବୈଷୟିକ ଓ ପରିଚାଳନା ରହସ୍ୟ ସାର୍ବଜନୀନ ନ କରିବା ପାଇଁ ଫ୍ରାନ୍ସ ସହିତ ଭାରତ ଚୁକ୍ତି କରିଛି। କିନ୍ତୁ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଁ ଚୁକ୍ତିନାମାରେ ଉଲ୍ଲେଖ ନାହିଁ।
୨୦୧୭, ଫେବୃଆରୀ ୧୬ ତାରିଖ ଦିନ ଫ୍ରାନ୍ସ ପ୍ରତିରକ୍ଷା ସାମଗ୍ରୀ ନିର୍ମାତା ଓ ରିଲାଏନ୍ସ ପ୍ରତିରକ୍ଷା ଉପକରଣ ନିର୍ମାଣ ୟୁନିଟ୍‍ ଦ୍ୱାରା ଜାରି ପ୍ରେସ୍‍ ବିବୃତି ମୁତାବକ ୩୬ଟି ଏୟାର ଜେଟ୍‍ ପାଇଁ ମୋଟ୍‍ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା କଥା। କିନ୍ତୁ ବର୍ତ୍ତମାନର କେନ୍ଦ୍ର ସରକାର ବିମାନ ପିଛା ୧୬୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୨୦୧୬, ନଭେମ୍ବର ୧୮ ତାରିଖରେ ଖୋଦ୍‍ କେନ୍ଦ୍ର ସରକାର ବିମାନ କ୍ରୟ ପାଇଁ ଯେଉଁ ଦର ଘୋଷଣା କରିଥିଲେ ତାହାଠାରୁ ଏବେ ପ୍ରାୟ ବିମାନ ପିଛା ୧୦୦୦ କୋଟି ଟଙ୍କା ଅଧିକ ଦେବାକୁ ଯାଉଛନ୍ତି।

Leave A Reply