ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

0

ବଣାଇ: ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ସୁନ୍ଦରଗଡ ଜିଲା ବଣାଇ ଅନ୍ତର୍ଗତ ଲହୁଣିପଡାରେ ହୋଇଛି। ଏହି ମାମଲାରେ ୪ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି । ଯୁବକଙ୍କ ଗୋଟିଏ ବାଇକ ମଧ୍ୟ ପୁଲିସ ଜବତ କରିଛି।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ନାବାଳିକାକୁ ଜଣକ ଏକା ଥିବାର ସୁଯୋଗ ନେଇ ୪ଜଣ ଯୁବକ ଘରେ ପଶିଥିଲେ। ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଉକ୍ତ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ନାବାଳିକାଙ୍କ ପିତା ଏନେଇ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ୪ଜଣଙ୍କ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।

 

Leave A Reply