ମୂଳା ଖାଇବା ଦ୍ବାରା ଶରୀରକୁ ମିଳେ ଅନେକ ଲାଭ

0

ସାଲାଡ୍ ହେଉ କି ତରକାରୀରେ ହେଉ ମୂଳାକୁ ଅଧିକ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାକୁ ଖାଇବା ଶରୀର ପାଇଁ ଲାଭଦାୟକ ଅଟେ। ମୂଳାରେ ପୋଟାସିୟମ, ରାଇବୋଫ୍ଲାବିନ, ଭିଟାମିନ-କେ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଭିଟାମିନ- ବି ୬ ରହିଛି। ଏହା ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଆସନ୍ତୁ ଜାଣିବା ମୂଳା ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ..

ରକ୍ତଚାପ ନିୟନ୍ତ୍ରିତ ରହିଥାଏ :

ମୂଳାରେ ପୋଟାସିୟମ ଭରପୂର ମାତ୍ରାରେ ରହିଛି। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏହାସହ ରକ୍ତ ସଞ୍ଚାର ଠିକ ଭାବେ ହୋଇଥାଏ।

ପାଚନ କ୍ରିୟା ଭଲ ହୋଇଥାଏ :

ମୂଳାରେ ଫାଇବରର ମାତ୍ରା ରହିଛି। ଏହା ଖାଇବା ଦ୍ବାରା ପାଚନ କ୍ରିୟା ଠିକ୍ ଭାବେ ହୋଇଥାଏ। ଏହାସହ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ମୁହଁ ପାଇଁ ଲାଭଦାୟକ :

ପ୍ରତ୍ୟେକ ଦିନ ମୂଳାର ଜୁସ ପିଇବା ଦ୍ବାରା ମୁହଁର ଚମକ ବଢିଥାଏ। ଏପରି କରିବା ଦ୍ବାରା ମୁହଁ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ମୂଳାରେ ପାଣିର ପରିମାଣ ସଠିକ୍ ଭାବେ ରହିଥାଏ। ମୂଳାକୁ ପ୍ରତିଦିନ ଖାଇବା ଦ୍ବାରା ଶରୀରରେ ପାଣି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ରକ୍ତ କୋଷିକାକୁ ସୁରକ୍ଷା ଦେଇଥାଏ :

ମୂଳା ଖାଇବା ଦ୍ବାରା ଶରୀରରେ ଲାଲ ରକ୍ତ କୋଷିକ ନଷ୍ଟ ହେବାରୁ ରକ୍ଷା କରିଥାଏ। ଏହାସହ ଶରୀରରେ ଅକ୍ସିଜେନର ମାତ୍ରା ବଢାଇଥାଏ।

Leave A Reply