ପୁରୀ ରଥଯାତ୍ରା: ଶରଧାବାଲିରୁ…

0

ଶରଧାବାଲିରେ ନର୍ଦମାଜଳ

 

ପୁରୀ: ଶରଧାବାଲିରେ ଜମାହୋଇ ରହିଛି ନର୍ଦମା ଜଳ । ସେଥିରେ ପଶି ଶ୍ରଦ୍ଧାଳୁ ଭକ୍ତ ଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି । ରଥ ଦୁଇପାଶ୍ୱର୍ରେ ନଳା ଓ ବର୍ଷାପାଣି ପ୍ରବାହିତ ହେଉଛି । ଶୁକ୍ରବାର ଦିନତମାମ ଏପରି ଅସ୍ୱାସ୍ଥ୍ୟକର ପରିବେଶ ଦେଖାଦେଇଛି ।
ପୌରସଂସ୍ଥା ନଳାରୁ ନର୍ଦମା ପାଣି ଶରଧାବାଲିକୁ ପ୍ରବାହିତ ହେଉଛି । ତିନିରଥ ଶରଧାବାଲିରେ ଥିବାରୁ ଭକ୍ତଙ୍କ ଭିଡ ବଢୁଛି । ନର୍ଦମା ପାଣିରେ ପଶି ଲୋକେ ରଥସ୍ପର୍ଶ କରିବାକୁ ଯାଉଛନ୍ତି । ଅଧିକ ବର୍ଷାହେଲେ ସମସ୍ୟା ଉତ୍କଟ ହେବାର ଆଶଙ୍କା ରହିଛି । ଏହାସତ୍ତେ୍ୱ ନର୍ଦମା ଜଳ ନିଷ୍କାସନ ଦିଗରେ ପୌରସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଶରଧାବାଲିର ଏପରି ଦୟନୀୟ ଅବସ୍ଥା ଦେଖି ଜଗନ୍ନାଥପ୍ରେମୀ ଭକ୍ତମାନେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଓ ନାକଚଣାଦ୍ୱାର ସମ୍ମୁଖରେ ବର୍ଷା ଓ ନର୍ଦମା ଜଳ ଜମାହୋଇ ରହିଛି । ଏଥିଯୋଗୁଁ ଶରଧାବାଲି କଳା ପଡ଼ିଗଲାଣି । ରଥସ୍ପର୍ଶ କରିବାରେ ବାଧା ସୃଷ୍ଟି ହେଉଛି ।

ବର୍ଷାରେ ଭିଡ, ଜମୁଛି ବେପାର

ଶରଧାବାଲି ନିକଟ ଭୋଳାନାଥ ବିଦ୍ୟାପୀଠରେ ଚାଲିଛି ଜାତୀୟସ୍ତରୀୟ ପଲ୍ଲିଶ୍ରୀମେଳା । ଗତ ୧୩ ତାରିଖଠାରୁ ଆରମ୍ଭ ହୋଇଛି ଏହି ମେଳା । ଆରମ୍ଭ ଦିନଠାରୁ ବର୍ଷା ସାଜିଛି ଦାଉ । ବର୍ଷାକୁ ଖାତିରି ନକରି ପଲ୍ଲିଶ୍ରୀ ମେଳାରେ ଭିଡ ଜମିବା ସହ ସାମଗ୍ରୀ ଗୁଡିକର ବେପାର ବଢୁଛି । ୨ଦିନ ପାଗ ପରିବର୍ତ୍ତନ ସୁଧୁରି ଥିଲା । ତାହାକୁ ଦେଖି ବ୍ୟବସାୟୀଙ୍କ ମନରେ ହସ ଫୁଟିଥିଲା । ଶୁକ୍ରବାର ସକାଳୁ ଝିପିଝିପି ବର୍ଷା ସାଙ୍ଗକୁ ମେଘୁଆ ପାଗ ରହିଛି । ପାଣିପାଗ ବିଭାଗର ପୂର୍ଣ୍ଣାନୁମାନ ଆଗାମୀ ୨ଦିନ ବର୍ଷା ଲାଗିରହିବ । ଏହାକୁ ଦେଖି ବ୍ୟବସାୟୀଙ୍କ ଆଶା ଭାଙ୍ଗି ଯାଇଛି । ଦେଶର ୧୬ଟି ରାଜ୍ୟରୁ ବ୍ୟବସାୟୀମାନେ ଏଠାକୁ ଆସିଛନ୍ତି । ଗୋଟିଏ ସ୍ଥାନରେ ଲୋକଙ୍କୁ ମିଳୁଛି ଏକାଧିକ ସୁବିଧା । ଆଡପ ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପଲ୍ଲିଶ୍ରୀ ମେଳାରେ ବୁଲିବାର ମଜା ଉଠାଉଛନ୍ତି ଶ୍ରଦ୍ଧାଳୁ । ମେଳାରେ ଘର କରଣା, ଖାଦ୍ୟ ସାମଗ୍ରୀ, ବନ୍ୟଜାତ ଦ୍ରବ୍ୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପରିମଳ, କୃଷି ବିଭାଗ ଓ ଆଇନ ସଚେତନା ପାଇଁ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି । ଅଷ୍ଠମ ଦିନରେ ପହଞ୍ôଚଛି ମେଳା । ଅପରାହ୍ନରୁ ମେଳାରେ ଭିଡ ବଢିଥିବା ବେଳେ ବେପାର ବି ଜମୁଥିବାର ଦେଖିବାକୁ ମିଳୁଛି । ଅଧିକ ସଂଖ୍ୟକ ଷ୍ଟଲରେ ଘର ଉପକରଣ ଓ ଘର ସଜ୍ଜା ସାମଗ୍ରୀ ବିକ୍ରି ହେଉଛି । ଗଞ୍ଜାମ ଜିଲା କବିସୂର୍ଯ୍ୟ ନଗରରୁ ଆସିଥିବା ମହିଳା ସ୍ୱଂୟସହାୟକ ଗୋଷ୍ଠୀର ଘରସଜା ଜିନିଷ ନିଆରା । ଧାନନଡାରେ ବିଭିନ୍ନ କଳାକୃତି ତିଆରି କରିଛନ୍ତି ।ସେଗୁଡିକ କପଡା ଉପରେ ଅଠା ସାହାର୍ଯ୍ୟରେ ଯୋଡେଇ କରି ବିଭିନ୍ନ ପ୍ରକାର କଳାକୃତି ତିଆରି କରାଯାଇଛି । ଟ୍ରାଇବାଲ ଆର୍ଟ, ମର୍ଡନ ଆର୍ଟ, ପଶୁପକ୍ଷୀ ସାଙ୍ଗକୁ ବିଭିନ୍ନ ଦେବଦେବୀଙ୍କ କଳାକୃତି ବିକ୍ରି କରାଯାଉଛି । ସେହିପରି ଚନ୍ଦନପୁର ଲକ୍ଷ୍ମୀବାଇ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ କତାରେ ତିଆରି ହାତୀ, ବାଘ, ଜିରାଫ, ହରିଣ, କଙ୍ଗାରୁ, ମୂଷା, ଠେକୁଆ, ବାଇଚଢେଇ ବସା ବିକ୍ରି ହେଉଛି । ବାଉଁଶରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ଦେଖଣାହାରୀଙ୍କୁ ଆକର୍ଷିତ କରିଛି । ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର ସାଇଲକ୍ଷ୍ମୀ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ଚାବିରିଙ୍ଗ, ପେନଷ୍ଟାଣ୍ଡ, ବ୍ରସଷ୍ଟାଣ୍ଡ, ଫୁଲଝୁଡି, ଫ୍ଲାୱାର ବେସ୍‍, ବେଡ ଲ୍ୟାମ୍ପ ଅଧିକ ଚାହିଦା ଦେଖିବାକୁ ମିଳୁଛି । ବାହୁଡା ଯାତ୍ରା ପର୍ଯ୍ୟନ୍ତ ଏହି ମେଳା ଚାଲୁରହିବ ।

 

 

 

Leave A Reply