ଆଜି ବନକଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

0

ପୁରୀ : ପଇତାଲାଗି ଏବଂ ବନକଲାଗି ପାଇଁ ସୋମବାର ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ଦର୍ଶନ ପ୍ରାୟ ୪ଘଣ୍ଟା ବନ୍ଦ ରହିବ। ପରମ୍ପରା ଅନୁଯାୟୀ ଦଇତାପତି ସେବକ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ଦ୍ୱିତୀୟ ଭୋଗମଣ୍ଡପ ପରେ ପତିମହାପାତ୍ର ସେବକ ରତ୍ନସିଂହାସନକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବନକଲାଗି କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଅପରାହ୍ଣ ପ୍ରାୟ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି।

Leave A Reply