ପୁଣି ଶ୍ରୀମନ୍ଦିରର ଫଟୋ ଭାଇରାଲ

0

ପୁରୀ : ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‍ ମିଡ଼ିଆରେ ଅପ୍‍ଲୋଡ଼ ହୋଇଛି। ପୁଣି ଥରେ ସୋସିଆଲ୍‍ ମିଡ଼ିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‍ ହୋଇଛି। କଡ଼ା ନିୟମ ସତ୍ତ୍ବେ ଏପରି ଘଟଣା ବାରମ୍ବାର ଘଟୁଛି।
ସୂଚନା ଅନୁଯାୟୀ ବେଙ୍ଗାଲୁରୁର ଜଣେ ଯୁବତୀ ନିଜ ଫେସ୍‍ବୁକ୍‍ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋକୁ ଅପ୍‍ଲୋଡ୍‍ କରିଛନ୍ତି। ମେଘା ଲୁଥ୍ରା ନାମକ ଏହି ପର୍ଯ୍ୟଟକ ଜଣକ ମନ୍ଦିର ବେଢାର ଫଟୋକୁ ଫେସବୁକରେ ସେୟାର କରିଛନ୍ତି। ସୂଚନା ଅନୁଯାୟୀ ସେ ଇଣ୍ଡିଗୋ ଏୟାର ଲାଇନ୍ସର କ୍ୟାବିନ୍‍ କ୍ରିଉ ଥିବା ଫେସ୍‍ବୁକ୍‍ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।
ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply