ଜାକିର ମୁସା ସନ୍ଧାନରେ ପଞ୍ଜାବ ପୁଲିସ

0

ନୂଆଦିଲ୍ଲୀ: ପଞ୍ଜାବ ପୁଲିସକୁ ଆତଙ୍କବାଦୀ ଗତିବିଧୀର ସୂଚନା ମିଳିବା ପରେ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପଞ୍ଜାବ। ଅମୃତସରଠାରେ ପୁଲିସ ପକ୍ଷରୁ ଆତଙ୍କବାଦୀ ଜାକିର ମୁସାର ଫଟୋ ସର୍ବସାଧାରଣ କରାଯିବା ସହ ଏହାକୁ ସହରର ବିଭିନ୍ନ ସ୍ଥାନରେ ଲଗାଇ ଦିଆଯାଇଛି। ପୋଷ୍ଟରରେ ଜାକିର ମୁସାଙ୍କ ୪ଟି ଭିନ୍ନଭିନ୍ନ ଫଟୋ ରହିଛି। ଏହି ଆତଙ୍କବାଦୀଠାରୁ ପଞ୍ଜାବ ବାସୀଙ୍କ ସତର୍କ ରହିବାକୁ ପଞ୍ଜାବ ପୁଲିସ ଆବେଦନ କରିଛି। ଜମ୍ମୁ କାଶ୍ମୀରର ଅଂସାର ଗଜବତ ଉଲ ହିନ୍ଦ ଆତଙ୍କବାଦୀ ସଂଗଠନର ପ୍ରମୁଖ ନେତା ମୁସା ପ୍ରତି ସତର୍କ ରହିବାକୁ ପଞ୍ଜାବବାସୀଙ୍କୁ ସତର୍କ କରାଯାଇଛି।

Leave A Reply