ହୋର୍ଡିଂ ପଡ଼ି ୩ ମୃତ, ୯ ଆହତ

0

ପୁନେ : ମହାରାଷ୍ଟ୍ର ପୁନେ ଜିଲା ଶିବାଜୀନଗର ଅଞ୍ଚଳ ରେଲୱେ ଷ୍ଟେସନ୍‍ ନିକଟରେ ଶୁକ୍ରବାର ଅପରାହ୍ଣରେ ଏକ ବଡ଼ ହୋର୍ଡ଼ିଂ ଭୁଶୁଡ଼ି ପଡ଼ିବା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୯ ଜଣ ଆହତ ହୋଇଛନ୍ତି। ହୋର୍ଡ଼ିଂ ତଳେ ୭ଟି ଅଟୋ ଓ ଅନ୍ୟ କେତେକ ଗାଡ଼ି ଚାପି ହୋଇ ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ ଏହି ହୋର୍ଡ଼ିଂଟି ରେଳ ବିଭାଗରେ ଜମିରେ ଥିଲା। ଆବଶ୍ୟକ ସୁରକ୍ଷା ବିନା ହୋର୍ଡ଼ିଂ ଲଗାଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଲା। ଅଗ୍ନିଶମ ବାହିନୀ ଏବଂ ରେଲୱେ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେତେକ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଫଳରେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply