ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଉତ୍ସବମୁଖର

0

କଟକ : ବଡ଼ଓଷା ପାଇଁ ବୁଧବାର ଆଠଗଡ଼ର ଧବଳେଶ୍ୱରଙ୍କ ପୀଠ ଉତ୍ସବମୁଖର ହୋଇଉଠିଛି। ବଡ଼ଓଷା ଅବସରରେ ଆଜି ଗଜଭୋଗ ଓ ତରଣ ଲାଗି ହେବ। ଅରୁଆ ଚାଉଳ ଚୂନା ପ୍ରସ୍ତୁତ ଖଳି, ନଡ଼ିଆ , ଗୁଡ଼,ଗୁଜୁରାତି ଆଦିରେ ଏହା ପ୍ରସ୍ତୁତ କରି ଭୋଗ କରାଯାଏ। ସକାଳୁ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ,ମଇଲମ ପରେ ଭକ୍ତମାନେ ଦର୍ଶନ କରିଥିଲେ। ବଡ଼ଓଷାରେ ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛି। ଝୁଲାପୋଲରେ ବ୍ୟାରିକେଡ଼ କରାଯାଇଛି।

Leave A Reply