ମେଲାଣି ନେଲେ ମା’ ଦୁର୍ଗା

0

କଟକ : ଶନିବାର ମା’ ଦୁର୍ଗା ମେଲାଣି ନେବେ। ମା’ଙ୍କ ମେଲାଣି ପାଇଁ ଟ୍ୱିନ୍‍ସିଟିର ବିଭିନ୍ନ ଭସାଣି କମିଟି ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ କଟକର ଦେବୀଗଡ଼ା ଘାଟରେ ୨ଟି ବୃହତ୍‍ କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି । କାଠଯୋଡି ଦେବୀଗଡା ଘାଟରେ ଶୁକ୍ରବାର ରାତିରେ ପ୍ରାୟ ୧୪ଟି ମେଢ଼ ବିସର୍ଜନ ହୋଇସାରି ଥିବା ବେଳେ ଶନିବାର ସକାଳେ ପୁଣି ଭସାଣ ଉତ୍ସବ ଆରମ୍ଭ ହୋଇଛି । ଆଜି ଅନ୍ୟ ୧୫୪ ମୂର୍ତ୍ତି ସାହି ପରିକ୍ରମା ପରେ ଦେବୀଗଡା ଘାଟରେ ବିସର୍ଜନ ହେବ ବୋଲି ସୂଚନା ମିଳିଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ୪ଟି କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି । କୂଆଖାଇ ଓ ଦୟା ନଦୀ କୂଳରେ ବିଏମ୍‍ସି ପକ୍ଷରୁ ପୋଖରୀ ତିଆରି କରାଯାଇଛି । ଏହି କାରଣରୁ ଟ୍ୱିନ୍‍ସିଟିର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave A Reply