ଆଜି ଶିଶୁଦିବସ

0

ଆଜି ନଭେମ୍ବର ୧୪ ତାରିଖ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ । ଏହି  ଦିନଟିକୁ ସାରା ଦେଶରେ ଶିଶୁଦିବସ ଭାବେ ପାଳନ କରାଯାଏ ।  ୧୮୮୯ ନଭେମ୍ବର ୧୪ରେ ନେହେରୁ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ। ସେଥିପାଇଁ ପିଲାଙ୍କ ଗହଣରେ ସେ ‘ଚାଚା ନେହେରୁ’ ନାମରେ ପରିଚିତ। ନେହେରୁଙ୍କ ମତରେ, ପିଲାମାନେ ହିଁ ଦେଶର ସବୁଠାରୁ ବଡ଼ ଶକ୍ତି । ଭାରତର ସମସ୍ତ ବିଦ୍ୟାଳୟରେ ଏହି ଦିବସ ପାଳନ କରାଯାଏ।

ପଣ୍ଡିତ ନେହେରୁଙ୍କ ଜନ୍ମଦିବସ ଦିବସ ଅବସରରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଦେଶବାସୀଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।

Leave A Reply