ପ୍ରିୟଙ୍କାଙ୍କ ପାଇଁ ଦେଶୀ ନୃତ୍ୟ ଶିଖୁଛନ୍ତି ନିକ୍

0

ମୁମ୍ବଇ : ବହୁଚର୍ଚ୍ଚିତ ବଲିଉଡ ବିବାହ ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସ୍‌ଙ୍କ ପ୍ରାକ୍-ବିବାହ ଉତ୍ସବମାନ ନଭେମ୍ବର ୨୮ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରିୟଙ୍କା ନିଜ ଆଗାମୀ ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ୍’ର ସୁଟିଂ ଦିଲ୍ଲୀରେ କରୁଥିବାବେଳେ ୨୮ତାରିଖ ସନ୍ଧ୍ୟା ସୁଦ୍ଧା ସେ ଯୋଧପୁରରେ ପହଞ୍ଚିବେ। ସେଠାର ଉମ୍ମେଦ ଭବନରେ ସମ୍ପୂର୍ଣ୍ଣ ରାଜକୀୟ ଆବଦକାଇଦାରେ ଏଇ ବର୍ଣ୍ଣାଢ଼୍ୟ ବିବାହ ସମ୍ପନ୍ନ ହେବ। ନିକ୍ ଜୋନସ୍ ଇତିମଧ୍ୟରେ ସପରିବାର ମୁମ୍ବଇରେ ପହଞ୍ଚି ସାରିଛନ୍ତି ଓ ସଙ୍ଗୀତ ପାଇଁ ମଧ୍ୟ ପୂରା ପ୍ରସ୍ତୁତି ଚାଲିଛି। ବଲିଉଡର ନାମୀ ନୃତ୍ୟ ନିର୍ଦେଶକ ଗଣେଶ ହେଗଡ଼େ ଏଇ ବିବାହର କୋରିଓଗ୍ରାଫି କରୁଛନ୍ତି। ଭାବୀ ପତ୍ନୀ ପ୍ରିୟଙ୍କାଙ୍କୁ ଏକ ସୁନ୍ଦର ଉପହାର ଭାବେ ନିକ୍ ହିନ୍ଦୀ ସିନେଗୀତର ତାଳେତାଳେ ନାଚିବେ ବୋଲି ସ୍ପଷ୍ଟ ହୋଇଛି। ଜ୍ବାଇଁ ପୁଅଙ୍କ ଏଭଳି ପତ୍ନୀ ପ୍ରେମ ଦେଖି ଶାଶୂ ମଧୁ ଚୋପ୍ରା ସବୁଠୁ ଅଧିକ ଖୁସି। ପ୍ରିୟଙ୍କାଙ୍କ ସ୍ବର୍ଗୀୟ ପିତା ଝିଅର ବିବାହ ପାଇଁ ବହୁ ପୂର୍ବରୁ ଅନେକ ଯୋଜନା କରିସାରିଥିଲେ। ହେ​‌​‌ଲେ ଦୁଃଖର କଥା ଯେ ଝିଅର ଏଇ ବଡ଼ ଆନନ୍ଦରେ ସେ ଇହଧାମରେ ନାହାନ୍ତି। ଗହଣାଗାଣ୍ଠି ନିମନ୍ତେ ପ୍ରିୟଙ୍କା ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟ କରିଥିବାବେଳେ ଆବୁଜାନି ଖୋସଲାଙ୍କ ଡିଜାଇନ୍ ପୋଷାକ ସେ ବିବାହରେ ପିନ୍ଧିବେ। ହଲିଉଡ ଅତିଥି ମଧ୍ୟ ଏଇ ବିବାହ​‌େ​‌ର ଯୋଗ ଦେବେ ବୋଲି ଶୁଣାଯାଉଛି।

Leave A Reply