ଆଲିଆ ଭଟ୍ଟ ମୋ ବାୟୋପିକ୍‍ରେ ଅଭିନୟ କରିପାରିବେ : ପ୍ରିତୀ ଜିଣ୍ଟା

0

ମୁମ୍ବଇ : ପଶ୍ଚିମବଙ୍ଗର କୋଲକତାରେ ଆୟୋଜିତ ଦୁଇ ଦିନିଆ ପୂର୍ବ ଇଣ୍ଡିଆ ଟୁଡେ କନକ୍ଲେଭ-୨୦୧୮ରେ ଅଭିନେତ୍ରୀ ପ୍ରିତୀ ଜିଣ୍ଟା ଯୋଗଦେଇଛନ୍ତି। ଏହି ସାକ୍ଷାତକାରରେ ଅଭିନେତ୍ରୀ ପ୍ରିତୀ ଜିଣ୍ଟାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ନିଜ ଜୀବନ ଉପରେ ଆଧାରିତ ଜୀବନକାହାଣୀ ଚଳଚ୍ଚିତ୍ରରେ ଆପଣ କାହାକୁ ଅଭିନୟ କରିବାକୁ ପସନ୍ଦ କରିବେ ବୋଲି ପଚରାଯିବାରୁ ପ୍ରିତୀ ଜିଣ୍ଟା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାମ କହିଥିଲେ। ଆଲିଆ ହିଁ ମୋ ଚରିତ୍ର ଭଲ ଭାବରେ ଅଭିନୟ କରିପାରିବେ ବୋଲି ଅଭିନେତ୍ରୀ ପ୍ରିତୀ ଜିଣ୍ଟା କହିଥିଲେ। ଏହାବ୍ୟତୀତ ସେ ସଞ୍ଜୁ ଚଳଚ୍ଚିତ୍ର ଦେଖିବାପରେ ରଣବୀର କାପୁରଙ୍କ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିବା କହିଛନ୍ତି। ବହୁଦିନ ପରେ ଅଭିନେତ୍ରୀ ପ୍ରିତୀ ଜିଣ୍ଟା ସନି ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭଇୟାଜି ସୁପରହିଟ୍‍’ରେ ନଜର ଆସିବେ।

Leave A Reply