ଫେବୃଆରୀ ୪ରୁ ଚାଲିବ ସବୁଠାରୁ ଦ୍ରୁତ ଟ୍ରେନ୍‍ ‘ବନ୍ଦେ ଭାରତ ଏକ୍ସପ୍ରେସ୍‍’!

0

ନୂଆଦିଲ୍ଲୀ : ମେକ୍‍ ଇନ୍‍ ଇଣ୍ଡିଆରେ ସ୍ବଦେଶ ଜ୍ଞାନକୌଶଳରେ ନିର୍ମିତ ଭାରତର ସବୁଠୁ ଦ୍ରୁତଗାମୀ ଟ୍ରେନ୍‍ ‘ବନ୍ଦେ ଭାରତ ଏକ୍ସପ୍ରେସ୍‍’ (ଟ୍ରେନ୍‍ ୧୮) ନୂଆଦିଲ୍ଲୀରୁ ବାରାଣାସୀ ମଧ୍ୟରେ ୪ ଫେବୃଆରୀରୁ ଚାଲିବ ବୋଲି ଆଶା କରାଯାଉଛି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ନୂଆଦିଲ୍ଲୀରୁ ବାରାଣାସୀ ଦୂରତା ମାତ୍ର ୮ ଘଣ୍ଟାରେ ପୂର୍ଣ୍ଣ କରିବାକୁ ଏହାର ପରୀକ୍ଷଣ କରାଯାଉଛି। ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିବେ। ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ ଟିକେଟ୍‍ ଦାମ ଶତାବ୍ଦୀ ଏକ୍ସପ୍ରେସ୍‍ଠାରୁ ୪୫% ଅଧିକ ରଖାଯିବାର ସମ୍ଭାବନା ରହିଛି। ଏହାସହ ସେମି ବୁଲେଟ୍‍ ଟ୍ରେନ୍‍ କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‍ ଭାରତର ସବୁଠାରୁ ଦ୍ରୁତ ଟ୍ରେନ୍‍ର ଆଖ୍ୟା ପାଇବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲି କୁହାଯାଉଛି।
ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଫେବୃଆରୀ ୨ ସକାଳ ୬ଟାରେ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଦିଲ୍ଲୀରୁ ବାରଣାସୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍‍ ଦିଲ୍ଲୀରୁ କାନପୁର, ଆହ୍ଲାବାଦ, ମିର୍ଜାପୁର ହୋଇ ଦିନ ପ୍ରାୟ ୨ଟା ବେଳେ ବାରାଣାସୀରେ ପହଞ୍ଚିବ। ପ୍ରତି ଷ୍ଟେସ୍‍ନରେ ଏହା ୧୦ ମିନିଟ୍‍ ଲେଖାଏଁ ରହିବ। ୧୬ ବଗି ବିଶିଷ୍ଟ ଏହି ଟ୍ରେନ ରାୟବରେଲିସ୍ଥିତ ଅତ୍ୟାଧୁନିକ ରେଳଡବା ତିଆରି କାରଖାନାରେ ୯୭କୋଟି ଟଙ୍କାରେ ତିଆରି ହୋଇଛି। ଏହି ଟ୍ରେନ ଶତାବ୍ଦୀ ଏକ୍ସପ୍ରେସର ନୂଆପିଢି ହେବାକୁ ଯାଉଛି।

Leave A Reply