ବିଜେପିରେ ବହୁତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି :  ପ୍ରତାପ ଷଡଙ୍ଗୀ

0

ଭୁବନେଶ୍ୱର . – ବିଜେପିରେ ବହୁତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ଦଳରେ ଏଥିପାଇଁ ବହୁ ଯୋଗ୍ୟ ଲୋକ ଅଛନ୍ତି  ବୋଲି ସେ କହିଛନ୍ତି । ଏହା ଏକ ଜାତୀୟଦଳ ସଂସଦୀୟ ବୋର୍ଡର ଯାହାକୁ ନିଷ୍ପତି ନେବ ତାଙ୍କରି ନେତୃତ୍ୱରେ ଦଳ ନିର୍ବାଚନ ଲଢିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ କିଏ ନେତୃତ୍ୱ ନେବେ ସେ ବିଷୟରେ ସେ ଅଧିକ କିଛି କହିପାରିବେ ନାହିଁ ବୋଲି କହିଛନ୍ତି । ଏ ତାଙ୍କର ବ୍ୟକ୍ତିଗତ ମତ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଚର୍ଚ୍ଚା ହେଉଥିଲା । ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବାପରେ ଏହି ଆଲୋଚନା ଆହୁରି ଜୋର ହୋଇଥିଲା ।  ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀବୋଲି କହିଥିଲେ ।

Leave A Reply