ବିଜେଡି ଯୁବନେତାଙ୍କ ଦାଦାଗିରି ; ଗିରଫ ପରେ ଦଳରୁ ବହିଷ୍କାର

0

ଭୁବନେଶ୍ୱର: ବିଜୁ ଜନତା ଦଳର ଯୁବନେତା ପ୍ରକାଶ ତ୍ରିପାଠୀଙ୍କୁ ଦଳରୁ ବିଦା କରାଯାଇଛି । ଯୁବ ବିଜେଡି ଉପସଭାପତି ପଦରୁ ପ୍ରକାଶ ତ୍ରିପାଠୀଙ୍କୁ ବହିଷ୍କୃତ କରାଯାଇଛି । ଏନେଇ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ସୂଚନା ଦେଇଛନ୍ତି । ସହିଦ ନଗର ଥାନାରେ ପୁଲିସକୁ ଆକ୍ରମଣ ଘଟଣାରେ କମିଶନରେଟ୍ ପୁଲିସ ଶନିବାର ତାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ , ବିଜେଡି ଯୁବନେତା ପ୍ରକାଶ ତ୍ରିପାଠୀ ଗତ ୩ ତାରିଖ ଭୁବନେଶ୍ୱରସ୍ଥିତ ସହିଦନଗର ଥାନାରେ ପଶି ଜଣେ ଅଭିଯୁକ୍ତଙ୍କୁ ମାଡ ମାରିବା ସହ ପୁଲିସକୁ ଆକ୍ରମଣ କରିଥିଲେ । ଏଥିରେ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହିଦ ନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply