ଗେହେଲୋଟ୍‍ଙ୍କ ହାତରେ ଅର୍ଥ ଓ ଗୃହ, ସଚ୍ଚିନ୍‍ଙ୍କୁ ୫ ବିଭାଗ

0

ଜୟପୁର: ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣାଓଟରା ଲାଗିଥିବା ରାଜସ୍ଥାନରେ ବିଭାଗ ବଣ୍ଟନ ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍‍ ଗୃହ ଓ ଅର୍ଥ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମେତ ଅବକାରୀ, ଯୋଜନା, ସାଧାରଣ ପ୍ରଶାସନ, ଆଇଟି ଆଦି ୯ଟି ବିଭାଗ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ୍‍ଙ୍କୁ ୫ଟି ବିଭାଗ ମିଳିଛି। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ବିଜ୍ଞାନ ଓ କାରିଗରୀ, ପରିସଂଖ୍ୟାନ, ସରକାରୀ ନିର୍ମାଣ ଆଦି ବିଭାଗ ସଚ୍ଚିନ୍‍ଙ୍କ ଖାତାକୁ ଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧିଙ୍କ ସହିତ ଆଲୋଚନା ପରେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ବୁଧବାର ରାତିରେ ପୋର୍ଟଫୋଲିଓ ଘୋଷଣା କରିଛନ୍ତି। ଅଶୋକ ଓ ସଚ୍ଚିନ୍‍ଙ୍କ ବ୍ୟତୀତ ଅନ୍ୟ ୧୩ ଜଣ କ୍ୟାବିନେଟ୍‍ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ୧୮ ଜଣ ନୂଆ ମୁହଁକୁ ସ୍ଥାନ ମିଳିଛି।

Leave A Reply