ଓକିଲଙ୍କୁ ପୁଲିସର ମାଡ ଘଟଣା; ୩ ପୁଲିସ କର୍ମଚାରୀ ନିଲମ୍ବିତ

0

କଟକ: ଓକିଲଙ୍କୁ ପୁଲିସର ମାଡ ଘଟଣାରେ ଗୁରୁବାର କଟକ ଡିସିପି ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ହାବିଲଦାର ପି.କେ ବେହେରା, କନଷ୍ଟେବଲ ବି​‌.କେ ସାମଲ ଏବଂ ୟୁ.କେ ଭୂୟାଁ। ଏଥିସହ ଜଣେ ହୋମଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସର ଉତ୍ତର ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଅଖିଳେଶ୍ବର ସିଂହ ସୂଚନା ଦେଇଛନ୍ତି ।

ଶ୍ରୀ ସିଂହଙ୍କ ସୂଚନା ଅନୁଯାୟୀ, କ୍ଷମତା ବହିର୍ଭୂତ କାର୍ଯ୍ୟକଳାପ ପାଇଁ ତିନି ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସମସ୍ତ ଘଟଣାକୁ ନେଇ ୪ଟି ମାମଲା ରୁଜୁ କରାଯାଇଛି।  ଏଡିସିପିଙ୍କ ତତ୍ତ୍ବାବଧାନରେ କ୍ରାଇମ୍ ବ୍ରାଞ୍ଚ ଇନ୍ସପେକ୍ଟର ତଦନ୍ତ କରୁଛନ୍ତି । ତଦନ୍ତରେ ଯାହା ନାମ ସାମ୍ନାକୁ ଆସିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନିଆଯିବ।

ଅନ୍ୟପକ୍ଷରେ ଓକିଲଙ୍କୁ ପୁଲିସ ମାଡ଼ ଅଭିଯୋଗରେ ଗୁରୁବାର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । କଟକ ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ ଗତକାଲି ଠାରୁ  ଧର୍ମଘଟ ଚାଲିଥିବା ବେଳେ ଭୁବନେଶ୍ବର କଳ୍ପନା ଛକ ନିକଟରେ ଓକିଲମାନେ ରାସ୍ତା ଅବରୋଧ କରିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

Leave A Reply