ଆଜି ମାଲକାନଗିରି ଯିବେ ପୁଲିସ ଡିଜି ଆର୍‍.ପି.ଶର୍ମା

0

ଭୁବନେଶ୍ୱର : ମଙ୍ଗଳବାର ଦିନ ପୁଲିସ ଡିଜି ଆର.ପି.ଶର୍ମା ମାଲକାନଗିରି ଗସ୍ତ କରିବେ। ଜିଲା ପୁଲିସ ମୁଖ୍ୟାଳୟରେ ସେ ମାଓ ସ୍ଥିତିର ସମୀକ୍ଷା କରିବେ। ବୈଠକରେ ଏଡିଜି ଅପରେସନ ଓ ଏସ୍‍ଓଜି କମାଣ୍ଡାଣ୍ଟ ଉପସ୍ଥିତ ରହିବେ। ଜିଲା ପୁଲିସ ମୁଖ୍ୟାଳୟରେ ଡିଆଇଜି ଆଶିଷ ସିଂ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ମାଲକାନଗିରିର ପପୁଲୁର ଜଙ୍ଗଲରେ ଏନକାଉଣ୍ଟରରେ ୫ଜଣ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨ଜଣ ମହିଳା ଓ ୩ଜଣ ପୁରୁଷ ଥିଲେ। ଏନକାଉଣ୍ଟର ପରେ ପୁଲିସକୁ ଏକ ସଫଳତା ମିଳିଥିଲା।

Leave A Reply