ସକାଳୁ ଚୂଡା ଖାଇବାର ଲାଭଦାୟକ ଗୁଣ

0

ଚୂଡା ଏକ ଏପରି ଖାଦ୍ୟ ଯାହା ପାଟିକୁ ସୁଆଦିଆ ଲାଗିବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ। ଅନେକ ଲୋକ ସକାଳେ ଚୂଡା ଖାଇବାକୁ ପସନ୍ଦ କରନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଚୂଡାରେ ଆଇରନ ଓ କାର୍ବୋହାଇଡ୍ରେଟ ରହିଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ଶୀଘ୍ର ହଜମ ହୋଇଯାଏ। ଆସନ୍ତୁ ଜାଣିବା ଚୂଡା ଖାଇବା ଦ୍ବାରା ଶରୀରକୁ କ’ଣ କ’ଣ ଲାଭ ମିଳିଥାଏ ..

ଆଇରନର ଅଭାବ ହୋଇ ନଥାଏ :
ନିୟମିତ ଚୂଡା ଖାଉଥିବା ବ୍ୟକ୍ତିଙ୍କ ଶରୀରରେ କେବେ ବି ଆଇରନ ଜନିତ ସମସ୍ୟା ହୋଇ ନ ଥାଏ। ଏହାଦ୍ବାରା ଏନିମିଆ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ପର୍ଯ୍ୟାପ୍ତ ପରିମାଣରେ ଆଇରନ ମିଳିବା ଦ୍ବାରା ଶରୀରକୁ ସଠିକ ଭାବେ ଅମ୍ଳଜାନ ମିଳିଥାଏ। ଏହା ଶରୀରରେ ହିମୋଗ୍ଲୋବିନ ବୃଦ୍ଧି କରିଥାଏ। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

ପୋଷକ ତତ୍ତ୍ବରେ ଭରପୂର :

ଚୂଡାରେ ପରିବା ମିଶାଇ ଖାଇବା ଦ୍ବାରା ଶରୀରକୁ ଭିଟାମିନ, ଖଣିଜ ଦ୍ରବ୍ୟ ଓ ଫାଇବର ମିଳିଥାଏ।

କାର୍ବୋହାଇଡ୍ରେଟ :

ବତୁରା ଯାଇଥିବା ଚୂଡାରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ମିଳିଥାଏ। ଏହାଦ୍ବାରା ଶରୀରକୁ ଶକ୍ତି ମିଳିଥାଏ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ :

ଚୂଡା ମଧୁମେହ ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ ଅଟେ। ଏହା ରକ୍ତଚାପ ଜନିତ ସମସ୍ୟା ଥିବା ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ। ଏହାକୁ ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

ଏକ କପ ଚୂଡାରେ ୨୪୪କିଲୋ କ୍ୟାଲୋରୀ ରହିଛି।

କମ ମାତ୍ରାରେ ଗ୍ଲୁଟନ :

ଚୂଡାରେ କମ ମାତ୍ରାରେ ଗ୍ଲୁଟନ ରହିଛି। ଏହାଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ।

Leave A Reply